ହାଟଡ଼ିହିରେ ବ୍ଲକ୍‌ ପ୍ରଶାସନ ପକ୍ଷରୁ ହୋର୍ଡିଂ ହଟାଗଲା

ହାଟଡ଼ିହି : ପଞ୍ଚାୟତ ନିର୍ବାଚନ ପାଇଁ କଟକଣା ଲାଗୁହେବା ପରେ ଆଜି ବ୍ଲକ୍‌ ପ୍ରଶାସନ ପକ୍ଷରୁ ବିଭିନ୍ନ ଛକ ବଜାରମାନଙ୍କରେ ଲଗାଯାଇଥିବା ହୋର୍ଡିଂ ସବୁକୁ ହଟାଇ ଦିଆଯାଇଛି। ଆଜି ବିଡିଓ ବିନୀତା ବିଜୟିନୀ, ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାଶ, ବ୍ଲକ ପିଇଓ ନରହରି ନାୟକ, ଜିଆର୍‌ଏସ୍‌ ବିନୟକୁମାର ମଲ୍ଲିକ, କର୍ମଚାରୀ ସୁଦର୍ଶନ ଘଡେଇ ପ୍ରମୁଖ ପୁଲିସ ଫୋର୍ସ ସହିତ ଯାଇ ତରତରା ଛକ, ବଞ୍ଚୋ, ଚୋରଗଡ଼ିଆ ଛକ, ଛେନାପଦିଛକ, ହାଟଡିହି, ଅଣା ମୈଗାଁ ପ୍ରଭୃତି ଛକରେ ଲଗାଯାଇଥିବା ହୋର୍ଡିଂ ସବୁକୁ ଖୋଲିଛନ୍ତି। ଆସନ୍ତାକାଲି ଅନ୍ୟ ସମସ୍ତ ଛକ ବଜାରକୁ ଯାଇ ହୋର୍ଡିଂ ହଟାଇବା କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିଡିଓ କହିଛନ୍ତି।

ସମ୍ବନ୍ଧିତ ଖବର