ବ୍ୟାସନଗର: ବ୍ୟାସନଗର ପୌରାଞ୍ଚଳ ଚାନ୍ଦମା ପଡ଼ିଆରେ ଜିଲ୍ଲାସ୍ତରୀୟ ହକି ପେଷ୍ଟ ଆଜି ଉଦ୍ଘାଟିତ ହୋଇଛି। କୋରେଇ ବିଧାୟକ ଅଶୋକ ବଳଙ୍କ ଅଧକ୍ଷତାରେ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଲତା ଦେଓ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଜିଲ୍ଲାପରିଷଦ ସଭାପତି ନଳିନୀପ୍ରଭା ଜେନା, ଉପସଭାପତି ଗଣେଶ୍ଵର ବରାଳ, ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, ଉପାଧ୍ୟକ୍ଷ ସୁବାସ ବଳ ଯୋଗଦେଇଥିଲେ।
ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭିନିତ ଅଗ୍ରୱାଲ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ପୌର ନିର୍ବାହୀ ଅଧିକାରୀ ବିକ୍ରମ କୁମାର ମଲ୍ଲିକ ଯୋଗଦେଇଥିଲେ। ଅତିଥିମାନଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ। ଏ ଅବସରରେ ୪ ଜଣ ସଫେଇ କର୍ମଚାରୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଓଲିଉଡ୍ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ, ବଲିଉଡ୍ କଳାକାର ଆଶିଷ କୌରଙ୍କ ଆଧୁନିକ ଗୀତରେ ଦର୍ଶକ ମସଗୁଲ ହୋଇଥିଲେ। ସୁଲଗ୍ନା ଓ ଶୁଭମ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସବୁଦଳର ନେତା, କର୍ମୀ ଯୋଗଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟା ୬ଟା ୩୦ ରୁ ରାତି ୧୦ ଟା ପର୍ଯ୍ୟନ୍ତ ଚାଲିଥିଲା। କାର୍ଯ୍ୟକ୍ରମରେ ପଲ୍ଲୀଶ୍ରୀ ମେଳା ସହିତ ସ୍ବୟଂସହାୟକ ଗୋଷ୍ଠୀ ପକ୍ଷରୁ ଷ୍ଟଲ ଲାଗିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ ଥିଲେ। ୨୦ ରୁ ୨୧ ତାରିଖ ତିନିଦିନ ଧରି ମହୋତ୍ସବ ଅନୁଷ୍ଠିତ ହେବ। ମହୋତ୍ସବରେ ମନ୍ତ୍ରୀ, ନେତା ଓ ପ୍ରଶାସନିକ ଅଧିକାରୀଙ୍କ ସମାଗମ ହୋଇଥିଲା। ଭିଆଇପିଙ୍କ ପାଇଁ ୨ ଶହ ସୋଫା, ଲୋକମାନଙ୍କ ପାଇଁ ୨୫୦୦ ଚୌକି ପଡ଼ିଛି।