କଳିଙ୍ଗ ଷ୍ଟାଡିୟମରେ ନାଭାଲ୍ ଟାଟା ହକି ଗ୍ରାସରୁଟ ଲିଗର ଚୂଡ଼ାନ୍ତ ପର୍ଯ୍ୟାୟ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରଠାରେ ସ୍ଥାପନ କରାଯାଇଥିବା ଓଡ଼ିଶା ନାଭାଲ ଟାଟା ହକି ହାଇ ପର୍ଫର୍ମାନ୍ସ ସେଣ୍ଟର  ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍ କମ୍ପ୍ଲେକ୍ସରେ ପ୍ରଥମ ଓଡ଼ିଶା ନାଭାଲ ଟାଟା ହକି ଗ୍ରାସରୁଟ ଲିଗ୍ ଆୟୋଜନ କରାଯାଇଛି । ସାରା ଓଡ଼ିଶାରେ ଥିବା ତୃଣମୂଳ କେନ୍ଦ୍ର (ଗ୍ରାସରୁଟ ସେଣ୍ଟର) ଗୁଡ଼ିକରେ ଦୈନିକ ହକି ପ୍ରଶିକ୍ଷଣ ହାସଲ କରୁଥିବା ଯୁବବର୍ଗର ପିଲାମାନଙ୍କୁ ଉତ୍ସାହିତ କରିବା ଲାଗି ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ କାର୍ଯ୍ୟକ୍ଷମ ଥିବା ୧୨ ତୃଣମୂଳ କେନ୍ଦ୍ର  ମଧ୍ୟରୁ ୧୦ କେନ୍ଦ୍ରର କ୍ୟାଡେଟମାନେ ଅଂଶଗ୍ରହଣ କରିଛନ୍ତି ।

ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୧୫ରୁ ୨୧ ପର୍ୟ୍ୟନ୍ତ ଚାଲିଥିଲା ଏବଂ ଅନ୍ତିମ ପର୍ଯ୍ୟାୟ ମାର୍ଚ୍ଚ ୧ରୁ ଆରମ୍ଭ ହୋଇ ୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଥିବା କଳିଙ୍ଗ ହକି ଷ୍ଟାଡିୟମରେ  ଅନୁଷ୍ଠିତ ହେଉଛି । ଏଥିରେ ପ୍ରଥମ ପର୍ଯ୍ୟାୟ (ଫେଜ୍-୧)ରେ ଚୟନ ହୋଇଥିବା  ୪ ବାଳକ ଓ ୪ ବାଳିକା ଟିମକୁ ନେଇ ଖେଳ ହେବ ।

ସମ୍ବନ୍ଧିତ ଖବର