‘ଫନି’ ପାଇଁ ହକି ଇଣ୍ଡିଆ ଦେଲା ୩୧ ଲକ୍ଷ

ଭୁବନେଶ୍ବର : ହକି ଇଣ୍ଡିଆ ବୁଧବାର ସାମୁଦ୍ରିକ ଝଡ଼ ଫନି ଲାଗି ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୩୧ ଲକ୍ଷ ଟଙ୍କା ପ୍ରଦାନ କରିଛି। ହକି ଇଣ୍ଡିଆ ମୁଖ୍ୟ ମହମ୍ମଦ ମୁସ୍ତାକ ଅହମ୍ମଦ ଏବଂ ଭାରତୀୟ ଅଲିମ୍ପିକ୍‌ ସଂଘ ମୁଖ୍ୟ ନରେନ୍ଦ୍ର ଧ୍ରୁବ ବାତ୍ରା ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚେକ୍‌ ପ୍ରଦାନ କରିଥିଲେ। ଏଫ୍‌ଆଇଏଚ୍‌ ପୁରୁଷ ହକି ସିରିଜ୍‌ ଫାଇନାଲ୍ସ ଟିକେଟ୍‌ ବିକ୍ରିରୁ ମିଳିଥିବା ଲାଭାଂଶକୁ ହକି ଇଣ୍ଡିଆ ଓଡ଼ିଶା ସରକାରଙ୍କୁ ପ୍ରଦାନ କରିବାକୁ ପୂର୍ବରୁ ଘୋଷଣା କରିଥିଲ। ଏହି ଲାଭାଂଶକୁ ବୁଧବାର ପ୍ରଦାନ କରିଚି।

ସୂଚନାଯୋଗ୍ୟ ଯେ ଏଫ୍‌ଆଇଏଚ୍‌ ପୁରୁଷ ହକି ସିରିଜ୍‌ ଫାଇନାଲ୍ସ ଆରମ୍ଭର ମାସକ ପୂର୍ବରୁ ଫନି ଦ୍ବାରା ଓଡ଼ିଶାର ୧୪ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିଲା। ଏଭଳି ବିପର୍ଯ୍ୟୟ ସମୟରେ ଓଡ଼ିଶା ସରକାର ଏହି ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରିଥିଲା।

ସମ୍ବନ୍ଧିତ ଖବର