ସୁନ୍ଦରଗଡ଼: ବିଶ୍ଵକପ ହକି ପାଇଁ ସମଗ୍ର ସୁନ୍ଦରଗଡ଼ ଜିଲ୍ଲା ଚଳଚଞ୍ଚଳ ହୋଇପଡିଛି। ଏହି ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ୨ ହକି ତାରକା। ରିଓ ଅଲିମ୍ପିକରେ ମହିଳା ହକି ଦଳର ସଦସ୍ୟା ଥିବା ୨୮ ବର୍ଷିୟା ଲିଲିମା ମିଂଜ ଆଜି ନିଜ ଜୀବନସାଥୀ ରୂପେ ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ଷ୍ଟାଲିନ ଭିକ୍ଟର ମିଂଜଙ୍କୁ ବିବାହ କରିଛନ୍ତି।

Advertisment

ଆଜି ରାଜଗାଙ୍ଗପୁର ବିହାବନ୍ଧ ଚର୍ଚ୍ଚରେ ଖ୍ରୀଷ୍ଟିଆନ ଧର୍ମ ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ବିହାବନ୍ଧ ଚର୍ଚ୍ଚର ଫାଦର ବିପିନ ମାଝୀ ଏହି ବିବାହ କାର୍ଯ୍ୟ ସମ୍ପନ୍ନ କରାଇଥିଲେ। ଏହି ବିବାହ ଉତ୍ସବରେ ହକି ତାରକା ନମିତା ଟପ୍ପୋ, ସୁନିତା ଲାକ୍ରା, ହକି କୋଚ ସିଲଭାଷ୍ଟର ଟପ୍ପୋଙ୍କ ସମେତ ଲିଲିମା ଓ ଷ୍ଟାଲିନଙ୍କ ପରିବାର ବର୍ଗ ଉପସ୍ଥିତ ଥିଲେ। ବିବାହ ପରେ ଆଦିବାସୀ ନୃତ୍ଯଗୀତରେ ଚର୍ଚ୍ଚ ପରିସର ଝୁମି ଉଠିଥିବାବେଳେ ଲିଲିମାଙ୍କ ପୈତୃକ ବାସଭବନ ଟାନାଟୋଲିରେ ଭୋଜିଭାତର ଆୟୋଜନ ହୋଇଛି। ଏହି ଅବସରରେ ବିବାହ ଉତ୍ସବରେ ସମସ୍ତେ ଯୋଗ ଦେଇ ଆର୍ଶୀବାଦ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ହକି ତାରକା ଲିଲିମା।

publive-image

ଲିଲିମାଙ୍କ ହାତ ଧରିଥିବା ହକି ଖେଳାଳି ଷ୍ଟାଲିନଙ୍କ ଘର କେଶ୍ରାମାଲରେ। ଗତ ନଭେମ୍ବର ୪ ତାରିଖରେ ନିର୍ବନ୍ଧ ସରିଥିଲା। ୨୦୧୬ରେ ବ୍ରାଜିଲ ଠାରେ ଆୟୋଜିତ ରିଓ ଅଲିମ୍ପିକରେ ଲିଲିମା ଭାରତୀୟ ମହିଳା ହକି ଦଳରୁ ଖେଳିଥିଲେ। ସେତେବେଳେ ସୁନ୍ଦରଗଡ଼ର ଚର୍ଚ୍ଚିତ ଖେଳାଳି ଦୀପଗ୍ରେସ ଏକ୍ଖା, ନମିତା ଟପ୍ପୋ, ସୁନିତା ଲାକ୍ରା ଖେଳି ଓଡ଼ିଶା ପାଇଁ ଗୌରବ ଆଣିଥିଲେ। ଏହା ପରେ ଲିଲିମା ହକିରୁ ଅବସର ଘୋଷଣା କରିଥିଲେ।