ରାଉରକେଲା: ରାଉରକେଲା ମହାନଗର ନିଗମ(ଆର ଏମ ସି) ଓ ସ୍ମାର୍ଟ ସିଟି ପକ୍ଷରୁ ଜିଲ୍ଲାର ହକି ଅଲିମ୍ପିଆନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଭାରତୀୟ ପୁରୁଷ ହକି ଦଳର ଉପାଧିନାୟକ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ମହିଳା ଦଳର ଉପାଧିନାୟିକା ଦୀପଗ୍ରେସ ଏକକ ଓ ନମିତା ଟପ୍ପୋଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଲିମ୍ପିଆନମାନେ ନିଜର ଟୋକିଓ ଅଲିମ୍ପିକ କାହାଣୀ ସ୍ମୃତିଚାରଣ କରିଥିଲେ। ଏହାସହ ହକି କୋଚ, ପୂର୍ବତନ ହକି ଖେଳାଳିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ହକି କିମ୍ବଦନ୍ତୀ ଦିଲୀପ ତିର୍କୀ, ରାଜ୍ୟ କ୍ରୀଡ଼ା ବିଭାଗ ଉପ ନିର୍ଦେଶକ ଲାଜରୁସ ବାର୍ଲା, ରାଉରକେଲା ବିଧାୟକ ସାରଦା ପଟ୍ଟନାୟକ, ଆର ଏମ ସି କମିଶନର ଦିବ୍ୟଜ୍ୟୋତି ପରିଡ଼ା ଓ ଏସପି ମୁକେଶ ଭାମୋ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/6a05118b-9d6c-447a-b94f-c3d224cd6a98.jpg)