ରାଉରକେଲା: ପୁରୁଷ ହକି ପ୍ରୋଲିଗ୍‌ ପାଇଁ ବର୍ତ୍ତମାନ ନେଦରଲାଣ୍ଡ୍‌ସ ଦଳ ରାଉରକେଲାରେ ଅଛନ୍ତି। ଶୁକ୍ରବାର କୌଣସି ମ୍ୟାଚ୍‌ ନ ଥିବାରୁ ଏହି ବିରତିର ଭରପୁର୍‌ ମଜାଉଠାଇଛନ୍ତି ନେଦରଲାଣ୍ଡ୍‌ସ ଖେଳାଳି। ଦଳର ୫ ଜଣ ଖେଳାଳି ଜାସପର ବ୍ରିଙ୍କମାନ, ଫ୍ଲୋରିସ ୱୋର୍‌ଟେଲବୋର୍‌, ଗୁସ୍‌ ଜନସନ, ସେଭ ଭାନ୍‌ ଆସ୍‌ ଓ ଟିଜମେନ ରେୟାଙ୍ଗ୍‌ ଆଜି ମଲ୍‌ ବୁଲିବା ସହ ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି।
Advertisment
publive-image
ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ଖେଳାଳିମାନେ ମେ’ଫେୟାର ବିଶ୍ବକପ ଗ୍ରାମରୁ ବାହାରି ପ୍ରଥମେ ପ୍ଲୁଟନ ମଲ୍‌କୁ ଯାଇଥିଲେ। ସେଠାରେ ଥିବା ଗେମ୍‌ ଜୋନ୍‌ରେ ବିଭିନ୍ନ ଖେଳର ମଜା ନେଇଥିଲେ। ପରେ ବାସନ୍ତୀ ସରୋବର ବୁଲିବା ସହ ୱାଟର ସ୍ପୋର୍ଟ୍ସରେ ସାମିଲ ହୋଇଥିଲେ। ବେଶ୍‌ କିଛି ସମୟ ସେଠାରେ ମନୋରଞ୍ଜନଧର୍ମୀ ଖେଳରେ ସାମିଲ ହେବାପରେ ଏହି ୫ ଜଣ ଖେଳାଳି ସେକ୍ଟର-୫ସ୍ଥ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ବୁଲି ଦେଖିଥିଲେ। ସେଠାରେ ପ୍ରଶିକ୍ଷଣ ନେଉଥିବା ସେଲ୍‌ ହକି ଏକାଡେମୀର ଯୁବ ଖେଳାଳିଙ୍କୁ ହକିର ବିଭିନ୍ନ କ୍ରୀଡ଼ାକୌଶଳ ଶିଖାଇଥିଲେ।