ରାଉରକେଲା: ‘ହକି ପାଇଁ ଓଡ଼ିଶା ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯାଉଛି। ରାଉରକେଲାସ୍ଥ ବିପିୟୁଟି ପରିସରରେ ନିର୍ମାଣାଧୀନ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ, ଏହାର ଏକ ପ୍ରମୁଖ ଉଦାହରଣ। ଏହି ଷ୍ଟାଡିୟମରେ ଏକାସାଙ୍ଗେ ୨୦ ହଜାରରୁ ଅଧିକ ଦର୍ଶକ ବସି ଖେଳ ଉପଭୋଗ କରିପାରିବେ। ଏଠାରେ ଆନ୍ତର୍ଜାତୀୟ ମାନର ଆଷ୍ଟ୍ରୋ ଟର୍ଫ ପଡ଼ିଆ ନିର୍ମାଣ ଚାଲିଛି। ଏତଦ୍ବ୍ୟତୀତ ଖେଳାଳିଙ୍କ ପାଇଁ ଅଭ୍ୟାସ ପଡ଼ିଆ, ଅତ୍ୟାଧୁନିକ ଫିଟନେସ୍ ସେଣ୍ଟର, ହାଇମାଷ୍ଟ୍ ଲାଇଟ୍ର ବ୍ୟବସ୍ଥା କରାଯାଉଛି।
ନିର୍ଦ୍ଧାରିତ ସମୟରେ ଏହି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବ। ରାଉରକେଲା ଗସ୍ତରେ ଆସିଥିବା ରାଜ୍ୟ ଶକ୍ତି, ଶିଳ୍ପ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ଷ୍ଟାଡିୟମର ନିର୍ମାଣକାର୍ଯ୍ୟ ସ୍ଥିତି ଅନୁଧ୍ୟାନ ପରେ ଏଭଳି ମନ୍ତବ୍ୟ ରଖିଛନ୍ତି। ଏହାସହ ମନ୍ତ୍ରୀ କହିଲେ, ଷ୍ଟାଡିୟମ ସମେତ ସହରରେ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ କରାଯାଉଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ ହେବ। ସହରକୁ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ହୋଇପାରିବ ତା’ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ରାଉରକେଲାରେ ଆଉ ୪ଟି ବିଦ୍ୟୁତ ସବ୍ ଷ୍ଟେସନ ନିର୍ମାଣାଧୀନବୋଲି କହିଥିଲେ।
/sambad/media/post_attachments/wp-content/uploads/2022/04/9c6ed719-535a-4209-ba95-558c79ab1c65-e1650637975611-1024x419.jpg)
ଏହା ପୂର୍ବରୁ ରାଉରକେଲା ମହାନଗର ନିଗମ(ଆର୍ଏମ୍ସି) କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ମିଶ୍ର ଯୋଗଦେଇ ସୁନ୍ଦରଗଡ଼ ଜିଲ୍ଲା ଓ ରାଉରକେଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ପଞ୍ଚାୟତସ୍ତରରେ ବିଭିନ୍ନ ଶିଳ୍ପର ପୁନରୁଦ୍ଧାର କରାଯାଇ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ମନ୍ତ୍ରୀ କହିଥିଲେ। ଏହାପରେ ଶ୍ରୀ ମିଶ୍ର ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମ, ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ ପରିଦର୍ଶନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ଆର୍ଏମ୍ସି କମିସନର ଡା. ଶୁଭଙ୍କର ମହାପାତ୍ର, ଏସପି ମୁକେଶ କୁମାର ଭାମୁ, ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକରଙ୍କ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/60d97ffe-174c-4350-8014-2c723b934dbb.jpg)