ରାଉରକେଲା: ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କଲେ ଅନ୍ତର୍ଜାତୀୟ ହକି ସଂଘ ସଭାପତି l ସଭାପତି ନରେନ୍ଦ୍ର ବାତ୍ରାଙ୍କ ନେତୃତ୍ୱରେ ଏକ ଟିମ୍ ସକାଳ ପ୍ରାୟ ୯ଟାରେ ଷ୍ଟାଡିୟମରେ ପହଞ୍ଚିଥିଲେ l ସେମାନଙ୍କ ସହ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ଆରଏମସି କମିସନର ଦିବ୍ୟଜ୍ୟୋତି ପରିଡା ଓ ଆରଏସପି କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେl ଷ୍ଟାଡିୟମର ଭିତ୍ତିଭୂମି, ଆବଶ୍ୟକ ସୁବିଧା ସୁଯୋଗ ସହ ଷ୍ଟାଡିୟମ ପରିବର୍ଦ୍ଧିତ ଯୋଜନାର ସମୀକ୍ଷା କରିଛନ୍ତିl
/sambad/media/post_attachments/wp-content/uploads/2020/12/h.jpg)
କିଛି ସମୟ ପରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ, କ୍ରୀଡ଼ା ସଚିବ ବିଶାଳଦେବ ପହଞ୍ଚିବେl ଏହାପରେ ହକି ଟିମ ସହ ଶ୍ରୀ ତ୍ରିପାଠୀ, ୫ ଟି ସଚିବ ରାଉରକେଲା ବିମାନ ବନ୍ଦରର ସ୍ଥିତି ଅନୁଧ୍ୟାନ କରିବେ। ରାଉରକେଲା ହାଉସରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ବୋଲି ଜଣାଯାଇଛିl
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/hockey.jpg)