ଭୁବନେଶ୍ବର: ବିଶ୍ବ ମାନ୍ୟତାର ୧ ଓ ୨ ନମ୍ବର ସ୍ଥାନରେ ଥିବା ଅଷ୍ଟ୍ରେଲିଆ ଓ ବେଲ୍ଜିୟମ ପ୍ରଥମ ଦୁଇ ଦଳ ଭାବେ ଚଳିତ ହକି ବିଶ୍ବକପ୍ର ସେମିଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। ମଙ୍ଗଳବାରର କ୍ବାର୍ଟରଫାଇନାଲ୍ରେ ୩ ଥର ବିଜେତା ଅଷ୍ଟ୍ରେଲିଆ ୪-୩ ଗୋଲ୍ରେ ସ୍ପେନ୍କୁ ଏବଂ ବିଜେତା ବେଲ୍ଜିୟମ ୨-୦ ଗୋଲ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆ ୧୯୮୬, ୨୦୧୦ ଓ ୨୦୧୪ରେ ବିଜେତା ହୋଇଥିଲା ବେଳେ ଗତ ଥର କାଂସ୍ୟରେ ସନ୍ତୁଷ୍ଟ ରହିଥିଲା। ଏହି ଦଳ ଲିଗ୍ ପର୍ଯ୍ୟାୟରେ ୨ ବିଜୟ ଓ ୧ ଅମୀମାଂସିତରୁ ୭ ପଏଣ୍ଟ ପାଇ ଗ୍ରୁପ୍-ଏ’ ଟେବୁଲର ଶୀର୍ଷରେ କ୍ବାର୍ଟର ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିଥିଲା। ଅନ୍ୟପକ୍ଷରେ ଭୁବନେଶ୍ବରରେ ଗତ ସଂସ୍କରଣ ମୁକୁଟ କରାୟତ୍ତ କରିଥିବା ବେଲ୍ଜିୟମ ୨ ବିଜୟ ଓ ୧ ଅମୀମାଂସିତରୁ ୭ ପଏଣ୍ଟ ପାଇ ଗ୍ରୁପ୍-ବି’ ଟେବୁଲର ଶୀର୍ଷରେ ରହି କ୍ବାର୍ଟରଫାଇନାଲ୍ ଆସିଥିଲା। ବୁଧବାର ଖେଳାଯିବାକୁ ଥିବା ଅନ୍ୟ ଦୁଇ କ୍ବାର୍ଟରଫାଇନାଲ୍ (ଇଂଲଣ୍ଡ-ଜର୍ମାନି ଏବଂ ନେଦରଲାଣ୍ଡ୍ସ-କୋରିଆ)ର ବିଜେତା ବାହାରିବା ପରେ ଅଷ୍ଟ୍ରେଲିଆ ଓ ବେଲଜିୟମ୍ ସେମାନଙ୍କ ସହ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମ୍ରେ ସେମିଫାଇନାଲ୍ ଖେଳିବେ। ରବିବାର ଫାଇନାଲ୍ ଖେଳାଯିବ।
ହକି ବିଶ୍ବକପ୍: ସେମିରେ ବିଶ୍ବର ୧ ଓ ୨ ନମ୍ବର ଟିମ୍
/sambad/media/post_attachments/wp-content/uploads/2023/01/s65f4h6s5f4sh6545hhfhsfh.jpg)