ପୁରୀ: ଓଡ଼ିଶା ୨୦୨୩ ବିଶ୍ବକପ୍‌ ହକି ଆୟୋଜନ କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ହକିକୁ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ହକି ବିଶ୍ବକପ୍‌ ଟ୍ରଫି ସମଗ୍ର ରାଜ୍ୟ ପରିକ୍ରମା କରିବ। ଆସନ୍ତା ୨୫ ତାରିଖ ସନ୍ଧ୍ୟାରେ ଏହି ବିଶ୍ବକପ ଟ୍ରଫି ପୁରୀରେ ପହଞ୍ଚିବା ପରେ ଏହାକୁ ସ୍ବାଗତ କରାଯିବ। ଏନେଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଜୁମ୍ବୋ, ଡ୍ୟାନ୍ସ, ମାଲଖମ୍ବ, ବେଳାଭୂମି ମିନି ମାରାଧନ, ସଂଗୀତ ପରିବେଷଣ, ଘୋଡ଼ା ନାଚ, ଦସ୍ତଖତ ଅଭିଯାନ ଦେଖିବାକୁ ମିଳିବ।

Advertisment

ପରେ ଟ୍ରଫିକୁ ବ୍ଲୁ ଫ୍ଲାଗ୍‌ ବିଚ୍‌, ସିଂହଦ୍ବାର ଓ ଶ୍ରୀଜଗନ୍ନାଥ ଷ୍ଟାଡିୟମ୍‌କୁ ନିଆଯିବ। କୋଣାର୍କ ଇକୋ ରିଟ୍ରିଟ୍‌ ଓ କୋଣାର୍କ ମନ୍ଦିରରେ ଟ୍ରଫିକୁ ସ୍ବାଗତ ପରେ ଏହା ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ କହିଛନ୍ତି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ଦିଲୀପ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଅଜିତ କୁମାର ମହାପାତ୍ର, ଡେପୁଟି କଲେକ୍ଟର ରାକେଶ ପଣ୍ଡା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ, ଆର୍‌ଟିଓ ରବିନ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ,ଜିଲ୍ଲା ଆଥ୍‌ଲେଟିକ୍‌ ଆସୋସିଏସନ୍‌ର ସମ୍ପାଦକ ରବି ଶଙ୍କର ପ୍ରତିହାରୀ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।