ରାଉରକେଲା: ଆସନ୍ତା ୧୩ରେ ହେବାକୁ ଯାଉଛି ହକି ବିଶ୍ବକପ୍ର ପ୍ରଥମ ମ୍ୟାଚ୍। ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୧୨ରେ ସହରରେ ପହଞ୍ଚିବ ହକି ବିଶ୍ବକପ୍ ଟ୍ରଫି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଟ୍ରଫି ବେଦବ୍ୟାସ ଛକରେ ପହଞ୍ଚିବା ପରେ ସଂଧ୍ୟା ପର୍ଯ୍ୟନ୍ତ ମୋଟ ୪୮ ସ୍ଥାନ ପରିକ୍ରମା କରିବ। ଆସନ୍ତା ୧୨ ସକାଳ ସାଢ଼େ ୭ଟାରେ ଟ୍ରଫି ପ୍ରଥମେ ବେଦବ୍ୟାସ ମନ୍ଦିର, ୭ଟା ୪୫ ମିନିଟ୍ରେ ବେଦବ୍ୟାସ ଆଶ୍ରମ, ୭ଟା ୫୫ ମିନିଟ୍ରେ ବେଦବ୍ୟାସ ଛକ, ୮ଟା ୧୦ ମିନିଟ୍ରେ ଟିସିଆ ଛକରେ ପହଞ୍ଚିବ। ସେଠାରୁ ଦଣ୍ଡିଆପାଲି, ପୁରୁଣା ବ୍ରାହ୍ମଣୀ ପୋଲ ହୋଇ ପୂର୍ବାହ୍ନ ୯ଟା ୧୦ ମିନିଟ୍ରେ ଗାନ୍ଧି ଛକରେ ପହଞ୍ଚିବ। ସାଢ଼େ ୯ଟାରେ ଦେଓଗାଁ, ୯ଟା ୪୫ ମିନିଟ୍ରେ ସାରନଗରୀ ଗୋପବନ୍ଧୁ ପ୍ରତିମୂତ୍ତି ନିକଟରେ ପହଞ୍ଚିବ।
ସେଠାରୁ ଟ୍ରଫି ଫେରି ପାନପୋଷ ହକି ଛକ, ରାଉରକେଲା ବଣିକ ସଂଘ କାର୍ଯ୍ୟାଳୟ, ଅମ୍ବିକା ବିର୍ସା ମୁଣ୍ଡା ହସ୍ପିଟାଲ ଛକ, ଗୁରୁଦ୍ବାର ହୋଇ ହନୁମାନବାଟିକା ଛକରେ ପହଞ୍ଚିବ। ଅପରାହ୍ନ ୧୨ଟା ୨୦ ମିନିଟ୍ରେ ଆର୍ଏମ୍ସି କାର୍ଯ୍ୟାଳୟ ପରେ ଉଦିତନଗର ଆମ୍ବେଦକର ଛକ, ଡେଲିମାର୍କେଟ ନୋଡାଲ ଉଚ୍ଚ ବିଦ୍ୟାଳୟ, ନାଲାରୋଡ ଓ ଅପରାହ୍ନ ୨ଟାରେ ମଧୁସୂଦନଛକରେ ପହଞ୍ଚିବ। ସେଠାରୁ ଷ୍ଟେସନ ନିକଟ ଗୁରୁଦ୍ବାର ହୋଇ ବିର୍ସା ମୁଣ୍ଡା ଛକରେ ପହଞ୍ଚିବ। ବିର୍ସା ମୁଣ୍ଡା ଛକରୁ ବାହାରି ଅପରାହ୍ନ ୩ଟା ୪୫ ମିନିଟ୍ରେ ବନ୍ଧମୁଣ୍ଡା ମଧୁମଣ୍ଡପରେ ପହଞ୍ଚି ପୁଣି ବିର୍ସା ମୁଣ୍ଡା ଛକକୁ ଫେରିବ। ଅପରାହ୍ନ ୪ଟା ୪୫ ମିନିଟ୍ରେ ସେକ୍ଟର-୨୧ ନୟାବଜାରସ୍ଥ ହୋମିଓପାଥିକ କଲେଜ, ସେକ୍ଟର-୨ ବସ୍ଷ୍ଟାଣ୍ଡ ହୋଇ ସଂଧ୍ୟା ୫ଟାରେ ଏନ୍ଆଇଟିରେ ପହଞ୍ଚିବ।
ସେଠାରୁ ଜଗଦାସ୍ଥିତ ଏମ୍ଜିଏମ୍ ସ୍କୁଲ, ସରନା ଛକ ହୋଇ ୫ଟା ୪୫ ମିନିଟ୍ରେ ଝିରପାଣି ଚର୍ଚ୍ଚ ଛକରେ ପହଞ୍ଚିବ। ପରେ କୋଏଲନଗର କଲ୍ୟାଣ ମଣ୍ଡପରୁ ରିଂ ଦେଇ ସ୍ପେସ୍ ଛକ, ଛେଣ୍ଡ କଲୋନି ରିମ୍ସ କଲେଜ ହୋଇ ସଂଧ୍ୟା ସାଢ଼େ ୭ଟାରେ ଛେଣ୍ଡ ଭିଏସ୍ଏସ୍ ମାର୍କେଟରେ ପହଞ୍ଚିବ। ସେଠାରୁ ଡିଏଭି ସ୍କୁଲ, ବାସନ୍ତୀକଲୋନି ଜଗନ୍ନାଥ ମନ୍ଦିର, ଡିଏଭି ପୋଖରୀ ରାସ୍ତା ଦେଇ ଜେଲ୍ ହୋଇ ରାତି ୯ଟା ୧୫ ମିନିଟ୍ରେ ସରକାରୀ ଆଇଟିଆଇରେ ପହଞ୍ଚିବ। ସେଠାରେ ରିଜର୍ଭ ପୁଲିସ ଲାଇନ୍, କଳିଙ୍ଗ ବିହାର ବିଏସ୍ଏନ୍ଏଲ୍ ଛକ, ବିଜୁ ପଟ୍ଟନାୟକଛକ, ତୁଳସୀଟୋଲା ହୋଇ ରାତି ୧୧ଟାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚିବ। ସେଠାରୁ ରିଂ ରୋଡ ଦେଇ ବିର୍ସା ମୁଣ୍ଡା ଷ୍ଟାଡିୟମରେ ପହଞ୍ଚି। ପ୍ରତ୍ୟେକ ସ୍ଥାନରେ ସହରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସ୍ବାଗତ କରାଯିବାର କାର୍ଯ୍ୟକ୍ରମ ରହିଛି।