୩ ମାସ ପାଇଁ ହୋଲ୍‌ଡିଂ ଟ୍ୟାକ୍ସ ସଂଗ୍ରହ ସ୍ଥଗିତ

ଭୁବନେଶ୍ବର : କରୋନା ପାଇଁ ରାଜ୍ୟ ସରକାର ସହରାଞ୍ଚଳରେ ତିନି ମାସ ହୋଲ୍‌ଡିଂ ଟ୍ୟାକ୍ସ ଆଦାୟ ସ୍ଥଗିତ ରଖିଛନ୍ତି। ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଏ ନେଇ ସବୁ ‌େପୗର ସଂସ୍ଥା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ଏହା ସହ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଯେଉଁମାନେ ହୋଲ୍‌ଡିଂ ଟ୍ୟାକ୍ସ ଦେଇ ନାହାନ୍ତି, ସେମାନେ ପରବର୍ତ୍ତୀ ସମୟରେ ତାହାକୁ ପଇଠ କଲା ବେଳେ କୌଣସି ଜରିମାନା ନ ନେବାକୁ ମଧ୍ୟ କୁହାଯାଇଛି। ସମସ୍ତ ପୌରସଂସ୍ଥା କର୍ତ୍ତୃପକ୍ଷ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର