ଚିପିଲିମା ପାଓ୍ଵାର ହାଉସ କାନ୍ଥରେ ଫାଟ

ସମ୍ବଲପୁର : ବୁର୍ଲା ଭଳି ଚିପିଲିମା ପାଓ୍ଵାର ହାଉସ୍‌ ଜଳ ନିଷ୍କାସନ କାନ୍ଥରେ ବି ବିରାଟ ଫାଟ ସୃଷ୍ଟି ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏହି ଫାଟ ନୂଆ ନୁହେଁ। କିଛି ବର୍ଷ ତଳେ ଏହି ଛୋଟ ଫାଟ ହୋଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ତାହା ଏବେ ବଡ଼ଆକାର ଧାରଣ କରିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସୂଚନା ଅନୁସାରେ, ଗତ ୨୦୧୧ ମସିହାରେ ଜଣେ ବିଭାଗୀୟ ବିଶେଷଜ୍ଞ ଏହାର ଅନୁସନ୍ଧାନ କରିିଥିଲେ। ତେବେ ଏହା ପରେ ଠୋସ୍‌ ପଦକ୍ଷେପ ନିଆଯାଇ ନଥିଲା। ହୀରାକୁଦ ଜଳଭଣ୍ଡାରର ପାଣି ବୁର୍ଲା ପାଓ୍ଵାର ହାଉସ୍‌ରୁ ବିଦ୍ୟୁତ ଉତ୍ପାଦନ ପରେ ପାଓ୍ଵାର ଚାନେଲ ଦେଇ ପୁଣି ଚିପିଲିମା ପାଓ୍ଵାର ହାଉସ୍‌କୁ ଯାଉଛି। ଚିପିଲିମା ପାଓ୍ଵାର ହାଉସ୍‌ରୁ ମହାନଦୀକୁ ପାଣି ଛଡ଼ା ଯାଉଛି। ପାଓ୍ଵାର ହାଉସ୍‌ରୁ ମହାନଦୀକୁ ଜଳ ନିଷ୍କାସନ ପଥରେ ଥିବା କାନ୍ଥରେ ଫାଟ ହୋଇଥିବାରୁ ଶିଘ୍ର ମରାମତି ପାଇଁ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର