ଆଜି ରଙ୍ଗର ପର୍ବ ହୋଲି: ଠାକୁରଙ୍କୁ ଅବିର ଦେଇ ରଙ୍ଗେଇ ହେବେ ଶ୍ରଦ୍ଧାଳୁ

ଭୁବନେଶ୍ବର: ଆଜି ରଙ୍ଗର ପର୍ବ ହୋଲି । ରଙ୍ଗ ବେରଙ୍ଗର ଖେଳ ପାଇଁ ସମସ୍ତେ ପ୍ରସ୍ତୁତ । କେବଳ ଯେ, ଲୋକମାନେ ଏହି ରଙ୍ଗରେ ରଙ୍ଗେଇ ହୁଅନ୍ତି ତାହା ନୁହେଁ ବରଂ ବିଭିନ୍ନ ମନ୍ଦିରରେ ଏହି ପର୍ବକୁ ବେଶ ଧୁମଧାମରେ ପାଳନ କରାଯାଏ । ମିଳିଥିବା ସୂଚନା ଅନୁସାରେ, ଫଗୁ ଦଶମୀଠାରୁ ହିଁ ଦୋଳ ବିମାନରେ ଠାକୁର ବସି ଦୋଳ ଯାତ୍ରା ଆରମ୍ଭ କରନ୍ତି । ପ୍ରତ୍ୟେକ ଦିନ ସନ୍ଧ୍ୟା ଧୂପ ସମୟରେ ଚଳନ୍ତି ପ୍ରତିମା ବିରାଜ ହୁଅନ୍ତି ବିମାନରେ । ଏହାପରେ ଅବିର ଖେଳି ବିଭିନ୍ନ ଗ୍ରାମକୁ ଯାତ୍ରା କରନ୍ତି ଠାକୁର । କେଉଁ କେଉଁଠାରେ ଏହି ଦିନରେ ଅଗିରା ପୋଡି ଉତ୍ସବ ମଧ୍ୟ ପାଳନ କରାଯିବାର ପରମ୍ପରା ମଧ୍ୟ ରହିଛି ।

ଦୋଳ ପୂର୍ଣ୍ଣିମା ଅବସରରେ ପୁରୀରେ ଶ୍ରୀଜିଉ ସୁନାବେଶ ଅର୍ଥାତ ରାଜରାଜେଶ୍ୱର ବେଶ ହେବାର ପରମ୍ପରା ରହିଛି । ଦୋଳ ପୂର୍ଣ୍ଣିମାରେ ଠାକୁରଙ୍କ ବିଭାନରେ ଆମ୍ବଡାଳୁଆ ବା ଆମ୍ବ ଲଗାଯିବାର ବିଧି ରହିଛି । କୁହାଯାଏ ଠାକୁରଙ୍କ ଏହି ଦିନରେ ଆମ୍ଭ ନୂଆ ଲାଗି କରାଗଲା ପରେ ହିଁ ଲୋକମାନେ ଆମ୍ବ ଖାଇଥାଆନ୍ତି । କେବଳ ଓଡିଶାରେ ନୁହେଁ ବରଂ ସାରା ଦେଶରେ ଏହି ପରମ୍ପରାକୁ ବେଶ ଆନନ୍ଦର ସହ ପାଳନ କରନ୍ତି ଦେଶବାସୀ । ବିଭିନ୍ନ ସ୍ଥାନରେ ଦହିହାଣ୍ଡି ଭଙ୍ଗା ଆଦି କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥାଏ ।

ସମ୍ବନ୍ଧିତ ଖବର