କ୍ୟାଟ୍‌ରେ ହୋଲି ଅବକାଶ

କଟକ : କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁନାଲ (କ୍ୟାଟ୍) କଟକ ଖଣ୍ଡପୀଠରେ ହୋଲି ଅବକାଶ ମାର୍ଚ୍ଚ ୯ରୁ ଆରମ୍ଭ ହେଉଛି। ମାର୍ଚ୍ଚ ୧୨ରେ ଟ୍ରିବୁନାଲ ଖୋଲିବ। ମାର୍ଚ୍ଚ ୯ ତାରିଖରୁ ହୋଲି ଅବକାଶ ଆରମ୍ଭ ହେଉଥିବା ବେଳେ ୭ ତାରିଖ ଶନିବାର ଓ ୮ ତାରିଖ ରବିବାର ରହୁଥିବାରୁ ଶୁକ୍ରବାର ଥିଲା ଶେଷ କାର୍ଯ୍ୟ ଦିବସ। ଏହି ହୋଲି ଅବକାଶ ସମୟରେ କିନ୍ତୁ ଅବକାଶକାଳୀନ କୋର୍ଟ ହେବ ନାହିଁ। ଅବକାଶ ସମୟରେ ଟ୍ରିବୁନାଲ୍‌ ରେଜିଷ୍ଟ୍ରି ଯଥାରୀତି କାର୍ଯ୍ୟ କରିବ ଓ ଜରୁରି ଆବେଦନ ଗୁଡିକ ଦିନ ୧୦ଟା ୩୦ରୁ ୧ଟା ମଧୢରେ ଗ୍ରହଣ କରାଯିବ ବୋଲି କ୍ୟାଟ୍ କଟକ ଖଣ୍ଡପୀଠ ରେଜିଷ୍ଟ୍ରି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର