ସମ୍ବଲପୁର, ୩୦।୧୨(ଇମିସ): ଉତ୍ତରାଞ୍ଚଳ ରାଜସ୍ବ ଆୟୋଗ ଅଧୀନରେ ଆସୁଥିବା କେନ୍ଦୁଝର ଓ ବରଗଡ ଜିଲ୍ଲା ପାଇଁ ୨୦୨୩ ବର୍ଷର ସ୍ଥାନୀୟ ଛୁଟି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟ, ସମ୍ବଲପୁରରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୨୦୨୩ରେ କେନ୍ଦୁଝର ଜିଲ୍ଲାର ସମସ୍ତ ଉପଖଣ୍ଡ ଜୁନ୍ ୧୬ ତାରିଖରେ ଶେଷ ରଜ ପାଇଁ ସ୍ଥାନୀୟ ଛୁଟି ରହିବ। ସେହିପରି ବରଗଡ ଜିଲ୍ଲାର ବରଗଡ଼ ସଦର ଉପଖଣ୍ଡ ପାଇଁ ଜାନୁଆରି ୭ ତାରିଖ ପୌଷ ପୁର୍ଣିମା ଓ ପଦ୍ମପୁର ଉପଖଣ୍ଡ ପାଇଁ ମେ’ ୪ ତାରିଖ ନୃସିଂହ ଚତୁର୍ଦ୍ଦଶୀ ଦିନ ସ୍ଥାନୀୟ ଛୁଟି ଘୋଷଣା ହୋଇଛି।