ବିଜେପୁର ଉପନିର୍ବାଚନ ପାଇଁ ସବୈତନିକ ଛୁଟି ଦିବସ ଘୋଷଣା କଲା ଶ୍ରମ ଓ କର୍ମଚାରୀ ବୀମା ବିଭାଗ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ସବୈତନିକ ଛୁଟି ଦିବସ ଘୋଷଣା କରିଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ବିଜ୍ଞାପନ ଅନୁଯାୟୀ ବରଗଡ଼ ଜିଲ୍ଲାର ବିଜେପୁର ଉପନିର୍ବାଚନ ପାଇଁ ଅକ୍ଟୋବର ୨୪ରେ ମତଦାନ ହେବ। ନିର୍ବାଚନ ପାଇଁ ସମସ୍ତ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର କର୍ତ୍ତୃପକ୍ଷମାନେ ସେମାନଙ୍କର ଯେଉଁ କର୍ମଚାରୀ ବିଜେପୁର ବିଧାନସଭା ମଣ୍ଡଳୀର ଭୋଟର ହୋଇଥିବେ, ସେମାନଙ୍କ ଭୋଟ ଦାନ ନିମନ୍ତେ ଅକ୍ଟୋବର ୨୧ରେ ଅନୁଷ୍ଠିତ ନିର୍ବାଚନ ଦିବସକୁ ସବୈତନିକ ଛୁଟି ଦିବସ ରୂପେ ବିବେଚନା କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅନୁ ଶାସନ ସଚିବ ଦିଲୀପ କୁମାର ରଥ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି।

ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେପୁର ଉପନିର୍ବାଚନ ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା କରିଛନ୍ତି। ନିର୍ବାଚନ ମଣ୍ଡଳୀ ବାହାରେ ଥିବା କର୍ମଚାରୀଙ୍କ ପାଇଁ ଏହି ଛୁଟି ଘୋଷଣା କରାଯାଇଛି। ବାହାରେ ଥିବା କର୍ମଚାରୀମାନେ ଏହି ଛୁଟିକୁ ମତଦାନ ପୂର୍ବ ଦିନ, ମତଦାନ ଦିନ କିମ୍ବା ମତଦାନ ପରଦିନ ନେଇ ନିର୍ବାଚନ ମଣ୍ଡଳୀକୁ ଆସିପାରିବେ।

ସମ୍ବନ୍ଧିତ ଖବର