ଭୁବନେଶ୍ୱର : ଓଡ଼ିଶା ନର୍ସିଂ ଏମ୍ପ୍ଲୋଇଜ୍ ଆସୋସିଏସନ୍ ପକ୍ଷରୁ ଗତବର୍ଷ ଡିସେମ୍ବର ୨୧ତାରିଖରୁ ୨୭ତାରିଖ ପର୍ଯ୍ୟନ୍ତ ହୋଇଥିବା ଆନ୍ଦୋଳନକୁ ରାଜ୍ୟ ସରକାର ସବୈତନିକ ଛୁଟିଭାବେ ଘୋଷଣା କରିଛନ୍ତି। ଓଡ଼ିଶା ଛୁଟି ଅଧିନିୟମ ୧୯୬୬ ଆଧାରରେ ରାଜ୍ୟ ସରକାର ନର୍ସମାନଙ୍କ ପ୍ରତି କୋହଳ ମନୋଭବ ଦେଖାଇ ଏହି ନିଷ୍ପତ୍ତି ନେଇଛନ୍ତି। ଏନେଇ ଗତକାଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚାକିରି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ନର୍ସିଂ ଆସୋସିଏସନ୍ ପକ୍ଷରୁ ସଚିବାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା। ଏହାସହ ବିଭିନ୍ନ ହସ୍ପିଟାଲ ସମ୍ମୁଖରେ ମଧ୍ୟ ନର୍ସମାନେ ଧାରଣାରେ ସାମିଲ ହୋଇଥିଲେ। ଏହି ସମୟକୁ ସରକାର କାର୍ଯ୍ୟବନ୍ଦ ଭାବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏଥିପାଇଁ ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା ବୋଲି ସଂଘର ସାଧାରଣ ସଂପାଦିକା ପ୍ରଭାତି ମହାନ୍ତି ସୂଚନା ଦେଇଛନ୍ତି।