ଦେଓଗାଁ : ଆଜି ବି ବଞ୍ଚିଛି ଶହ ଶହ ବର୍ଷର ପରମ୍ପରା। ରାଜା ରାଜୁଡ଼ା ଅମଳରୁ ହେଉଥିବା ହୋଲିକା ଦହନ ଦେଓଗାଁ ବ୍ଲକ୍ ଜରାସିଂହାରେ ଶନିବାର ରାତିରେ ସଂପନ୍ନ ହୋଇଛି।
/sambad/media/post_attachments/wp-content/uploads/2021/03/holika-dahan2.jpg)
ପ୍ରଥମେ ଇଷ୍ଟଦେବୀ ମାଁ ପାଟଖଣ୍ଡାଙ୍କ ମନ୍ଦିରରୁ ଛତର ଶୋଭାଯାତ୍ରା ବାହାରିଥିଲା। ଗାଁର ଲୋକମାନେ ହାତରେ ଖଣ୍ଡିଏ ଲେଖାଏଁ କାଠ ଓ ପାଳ ପୁତୁଲା ଧରି ତିନିଥର ଗାଁ ପରିକ୍ରମା କରିଥିଲେ। ପରେ ବୁଢ଼ୀଆଈ ବନ୍ଧ ଭିତରେ ହୋଲିକା ଦହନ କରାଯାଇଥିଲା। ଗୋଟିଏ ସ୍ଥାନରେ କେବଳ ମେହେର ସମାଜର ଲୋକେ ଏବଂ ଆଉ ଗୋଟିଏ ସ୍ଥାନରେ ଗାଁର ଅନ୍ୟ ସମସ୍ତ ଲୋକେ ଦହନ କରିଥିଲେ। ଜରାସିଂହାରେ ହୋଲିକା ଦହନ ପରଦିନ ଦେଓଗାଁ ଅଞ୍ଚଳର ଅନ୍ୟ ଗାଁଗୁଡ଼ିକରେ ହୋଲିକା ଦହନ କରାଯିବା ପରମ୍ପରା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/holika-dahan-1.jpg)