ଗୃହ ବିଭାଗ ପ୍ରକାଶ କଲା ଶେତ୍ୱପତ୍ର, ହୋଇନାହିଁ ବଡ ଧରଣର ଆଇନଶୃଙ୍ଖଳା ପରିସ୍ଥିତି

ଭୁବନେଶ୍ୱର: ଗୃହ ବିଭାଗ ପ୍ରକାଶ କରିଥିବା ଶ୍ୱେତପତ୍ରରେ ପ୍ରକାଶ କରିଛି ଯେ ୨୦୧୯ରେ ଶାନ୍ତିଶୃଙ୍ଖଳାରେ ନିର୍ବାଚନ ହୋଇଛି । ରାଜ୍ୟରେ କୌଣସି ବଡ ଧରଣର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇନି । ୩୪ ଥର ହିନ୍ଦୁ-ମୁସଲମାନ ଓ ୫ ଥର ହି ନ୍ଦୁ ଖ୍ରୀଷ୍ଟିଆନ୍‌ ମଧ୍ୟରେ ବିଦ୍ରୋହ ଦେଖାଦେଇଛି । ୨୦୧୮ରେ ପୁଲିସ ପକ୍ଷରୁ ୩୩ଥର ଗୁଲିଚାଳନ ହୋଇଥିଲା । କିଛି ଜିଲ୍ଲାରେ ବାମପନ୍ଥୀ ଉଗ୍ରବାଦ ଅଧିକ ଥିବା ବେଳେ ୬ଟି ଜିଲ୍ଲାରେ ବାମପନ୍ଥି ଉଗ୍ରବାଦ ଦେଖିବାକୁ ମିଳିନଥିଲା । ୨୦୧୮ରେ ମୋଟ ୧୯ ଜଣ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ୩୯ ଜଣ ମାଓବାଦୀ ଗିରଫ ହୋଇଥିଲେ ଓ ୨୭ ଜଣ ଅତ୍ମସର୍ମପଣ କରିଥିଲେ । ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ମୋଟ ୧୦୭୪୦୮ ଧର୍ତ୍ତବ୍ୟ ମାମଲା ରୁଜୁ ହୋଇଥିବା ବେଳେ ସେଥିମଧ୍ୟରୁ ୧୦୩୮୫୮ଟି ସତ୍ୟ ଅଟେ । ୨୦୧୮ ମସିହାରେ ମୋଟ ୧୩୬୮ଟି ନରହତ୍ୟା ମାମଲା ରୁଜୁ ହୋଇଥିଲା ସେଥିମଧ୍ୟରୁ ୧୩୧୦ଟି ସତ୍ୟ ଥିଲା । ୨୦୧୮ ମସିହାରେ ୨୫୦୨ଟି ଦୁଷ୍କର୍ମ ମାମଲା ଘଟିଥିବା ବେଳେ ୨୪୫୯ଟି ସତ୍ୟଥିଲା ।

ସମ୍ବନ୍ଧିତ ଖବର