୧୨ ସୁଦ୍ଧା ଦାବି ପୂରଣ ନହେଲେ ଗୃହରକ୍ଷୀ ମହାସ˚ଘର ଆନ୍ଦୋଳନ ଚେତାବନୀ

ଭୁବନେଶ୍ବର : ଆସନ୍ତା ୧୨ତାରିଖ ମଧ୍ୟରେ ସରକାର ଗୃହରକ୍ଷୀଙ୍କ ଦାବି ଉପରେ ପଦକ୍ଷେପ ନ ନେଲେ ଗୃହରକ୍ଷୀ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ। ଆଜି ଭୁବନେଶ୍ବରଠାରେ ଅନୁଷ୍ଠିତ ଗୃହରକ୍ଷୀମାନଙ୍କର ରାଜ୍ୟସ୍ତରୀୟ ଆଲୋଚନା ସଭା‌ରେ ମହାସଂଘ ଏଭଳି ଚେତାବନୀ ଦେଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ ଗୃହରକ୍ଷୀମାନେ ସରକାରୀ କର୍ମଚାରୀ ଭଳି କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ପାଇଁ ସାମାଜିକ ସୁରକ୍ଷା, ସ୍ବାସ୍ଥ୍ୟବୀମା, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦରମା ବୃଦ୍ଧି, କାର୍ଯ୍ୟ କରିବା ସମୟ, ଛୁଟି, ଅବସରକାଳୀନ ପେନ୍‌ସନ ପାଇଁ ସରକାର କୌଣସି ବ୍ୟବସ୍ଥା କରିନାହାନ୍ତି। ସେମାନଙ୍କ ଚାକିରର ସ୍ଥାୟିତ୍ବ ନାହିଁ କି ସର୍ତ୍ତାବଳୀ ମଧ୍ୟ ନାହିଁ। ଜଣେ ଗୃହରକ୍ଷୀ କାର୍ଯ୍ୟ କରୁଥିବା ସମମୟରେ ଯଦି ତାଙ୍କର ମୃତ୍ୟୁ ହୁଏ, ସେଥିପାଇଁ ସରକାର କ୍ରିୟାଶୀଳ ନୁହନ୍ତି। ବାରମ୍ବାର ଦାବି ସତ୍ତ୍ବେ ଗୃହରକ୍ଷୀଙ୍କ ଦୀର୍ଘ ଦିନର ସମସ୍ୟା ଉପରେ ସରକାର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ ୧୭,୬୭୫ ଗୃହରକ୍ଷୀମାନଙ୍କ ପରିବାର ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ରହିଛି। ୧୯୬୧ ଗୃହରକ୍ଷୀ ଆଇନରେ ବ୍ୟାପକ ସ˚ଶୋଧନ ସହ ୭ଦଫା ଦାବିକୁ ସରକାର ଆସନ୍ତା ୧୨ତାରିଖ ସୁଦ୍ଧା ବିଚାର ନକଲେ, ମହାସ˚ଘ ବିଧାନସଭା ସମ୍ମୁଖରେ ଧାରଣା ଦେବ।

ଖାଲି ସେତିକି ନୁହେଁ, ଆଗାମୀ ନିର୍ବାଚନ କାର୍ଯ୍ୟ ବନ୍ଦ କରିବା ସହ ସମସ୍ତ ଗୃହରକ୍ଷୀ ପରିବାର ଭୋଟ୍‌ ବର୍ଜନ କରିବେ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଅଛି। ଆଲୋଚନା ସଭାରେ ସମସ୍ତ ଜିଲ୍ଲାର ସଭାପତି, ସମ୍ପାଦକ ଏବ˚ ସାଧାରଣ କର୍ମକର୍ତ୍ତା ଉପସ୍ଥିତ ରହି ଏଭଳି ନିଷ୍ପତ୍ତି ନେଇଥିବା ସଂଘ କହିଛି।

ସମ୍ବନ୍ଧିତ ଖବର