ଥାନାରୁ ଜବତ ବାଣ ଓ ମଦ ଚୋରାଚାଲାଣ ବେଳେ ଧରାପଡ଼ିଲେ ହୋମଗାର୍ଡ ଓ କାର୍ ଡ୍ରାଇଭର୍: ଉଭୟଙ୍କୁ ବାନ୍ଧିଲା ପୁଲିସ୍

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାରୁ ଜବତ ବାଣ ଓ ମଦ ଚୋରାଚାଲାଣ ବେଳେ ଧରାପଡ଼ିଲେ ହୋମଗାର୍ଡ ଓ କାର୍ ଡ୍ରାଇଭର୍। ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସଡିପିଓ ଦିଲୀପ ଦାସ। ତାଙ୍କର ସୂଚନା ଅନୁଯାୟୀ, ହୋମଗାର୍ଡ ପ୍ରକାଶ ମୁଦୁଲି ଓ କାର୍ ଡ୍ରାଇଭରଙ୍କୁ ଗିରଫ ରଖାଯାଇଛି।

ହୋମଗାର୍ଡ ପ୍ରକାଶ ମୁଦୁଲି ଓ କାର୍ ଡ୍ରାଇଭର ଦିନରେ ଜବତ କରିଥିବା ବାଣ ଓ ମଦକୁ ରାତି ଅଧରେ ଥାନାରୁ ଚାଲାଣ ବେଳେ ଧରିଥିଲେ ସ୍ଥାନୀୟ ଲୋକ। ଘଟଣା ସମ୍ପର୍କରେ ସେମାନେ ଏସଡିପିଓଙ୍କୁ ଖବର ଦେଇଥିଲେ। ଗତକାଲି ଖୋର୍ଦ୍ଧା ବେଗୁନିଆ ପୋଲିସର ବାଣ ଗୋଦାମରେ ଚଢ଼ାଉ କରି ଟ୍ରକ ଟ୍ରକ ବାଣ ଜବତ କରାଯାଇଥିଲା। ଖାଲି ବାଣ ନୁହେଁ ସମାନ ଦିନରେ ଅନ୍ୟ ସ୍ଥାନରେ ଚଢ଼ଉ କରି ପୁଲିସ ବେଆଇନ୍ ମଦ ଜବତ କରିଥିଲା। ଆଉ ଏସବୁକୁ ରାତି ଅଧରେ ବେଗୁନିଆ ଥାନା ପଛପଟ ଗେଟ୍ ଦେଇ ଚୋରା ଚାଲାଣ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ି ହୋମଗାର୍ଡ ପ୍ରକାଶ ମୁଦୁଲି ଓ କାର୍ ଡ୍ରାଇଭର ହଟହଟ୍ଟା ହୋଇଥିଲେ। ଥାନାରୁ ଜବତ ବାଣ ଏବଂ ମଦକୁ ରାତି ଅଧରେ ଅନ୍ୟ ଏକ ଗାଡ଼ିରେ କାହିଁକି ଯାଉଛି ବୋଲି ଲୋକମାନେ ପ୍ରଶ୍ନ କରିବା ସହ ଗାଡ଼ିକୁ ଅଟକ ରଖି ଖୋର୍ଦ୍ଧା ଏସଡିପିଓଙ୍କୁ ଏନେଇ ଖବର ଦେଇଥିଲେ।ଘଟଣାସ୍ଥଳରେ ଏସଡିପିଓ ପହଞ୍ଚି ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର