ଘୁ. ଉଦୟଗିରି: ଉଦୟଗିରି ସହରର ଗୌଡ଼ସାହିରେ ଘରଭଡ଼ା ନେଇ ରହୁଥିବା ଜଣେ ଗୃହରକ୍ଷୀ ଆତ୍ମହତ୍ୟା କରିଛନ୍ତି।
ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଗୃହରକ୍ଷୀଜଣକ ହେଉଛନ୍ତି ୩୯ ବର୍ଷିୟ ସୀମାଞ୍ଚଳ ମହାନ୍ତି। ସେ ଘୁ. ଉଦୟଗିରି ଥାନାରେ କାର୍ଯ୍ୟ କରୁଥିଲେ।
ଗତ ୩ ଦିନ ହେବ ତାଙ୍କର ଦେଖା ନ ଥିଲା। ତେଣୁ ସେ ତିନି ଦିନ ତଳୁ ଆତ୍ମହତ୍ୟା କରିଥିବେ ବୋଲି ଶବକୁ ଦେଖି ଅନୁମାନ କରାଯାଉଛି। କିଛି ବର୍ଷ ତଳେ ଏକ ଦୁର୍ଘଟଣାରେ ସୀମାଞ୍ଚଳଙ୍କର ଗୋଡ଼ରେ ଭୀଷଣ ଆଘାତ ଲାଗିଥିଲା। ଚିକିତ୍ସା ପରେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିଲେ। ଆଘାତ ଲାଗିଥିବା ସ୍ଥାନରେ ବ୍ୟଥା ପ୍ରବଳ ହେଉଥିବାରୁ ସେ ଖୁବ୍ କଷ୍ଟ ଅନୁଭବ କରୁଥିଲେ। କୌଣସି ସମସ୍ୟାକୁ ନେଇ ପାରିବାରିକ ଅଶାନ୍ତି ଯୋଗୁଁ ତାଙ୍କ ପତ୍ନୀ ମଧ୍ୟ ପାଖରେ ରହୁ ନ ଥିଲେ। ଏସବୁ କାରଣରୁ ସୀମାଞ୍ଚଳ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।
/sambad/media/post_attachments/wp-content/uploads/2020/12/home-guard1-1.jpg)
ଘଟଣାସ୍ଥଳରୁ ପୁଲିସ ସୀମାଞ୍ଚଳଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏସ୍ଆଇ ବିଭୁତିଭୂଷଣ ମୁଦୁଲି ଏହି ଘଟଣାର ତଦନ୍ତ କରୁଥିବା କଥା ଆଇଆଇସି ନରେଶ କୁମାର ସାହୁ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/pic20-sambad.jpg)