ଫୁଲବାଣୀ :କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ପୁଲିସ ରିଜର୍ଭ ପଡିଆଠାରେ ରବିବାର ୫୯ତମ ଗୃହରକ୍ଷୀ ବାହିନୀ ଦିବସ ପାଳିତ ହୋଇ ଯାଇଛି। ଏଥିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିପିନ ବିହାରୀ ବେହେରା ଯୋଗ ଦେଇ ପ୍ୟାରେଡରେ ଅଭିଭାଦନ ଗ୍ରହଣ କରିବା ସହ ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ ଓ ପୁଲିସ ମହାନିର୍ଦ୍ଦେଶକଙ୍କ ବାର୍ତ୍ତା ପାଠ କରିଥିଲେ। ନିଜର ଅଭିଭାଷଣରେ ଆଗକୁ ଯିବା ପାଇଁ ବହୁ ସୁଯୋଗ ରହିଛି। କର୍ତ୍ତବ୍ୟ ପ୍ରତି ନିଷ୍ଠା ରହିଲେ ଆଗକୁ ଯିବା ସହଜ। ତେଣୁ ଏଥି ପ୍ରତି ଯତ୍ନବାନ ହେବାକୁ ଗୃହରକ୍ଷୀ ବାହିନୀଙ୍କ ସେ ପରାମର୍ଶ ଦେଇଥିଲେ। ଶେଷରେ କରୋନା ସମୟରେ ଗୃହରକ୍ଷୀ ବାହିନୀର ଭୂମିକା ବେଶ ପ୍ରଶଂସନୀୟ ଥିଲା ବୋଲି ସେ କହିଥିଲେ। ଗୃହରକ୍ଷୀ ବାହିନୀ ପକ୍ଷରୁ ଅଗ୍ନିକାଣ୍ଡ ସମୟରେ ବିପନ୍ନଙ୍କୁ ରକ୍ଷା କରିବା କୌଶଳ ପ୍ରଦର୍ଶିତ ହୋଇଥିଲା। ରିଜର୍ଭ ଇନସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଇନସପେକ୍ଟର ତିରୁପତି ଚୌଧୁରୀ,ସର୍ଜେଣ୍ଟ ସରୋଜ କୁମାର ବେହେରାଙ୍କ ସମେତ ବହୁ ପୂର୍ବତନ ପୁଲିସ ଅଧିକାରୀ ଓ ସହରର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
କନ୍ଧମାଳରେ ଗୃହରକ୍ଷୀ ବାହିନୀ ଦିବସ ପାଳିତ : କରୋନା ସମୟରେ ଭୂମିକା ପ୍ରଶଂସନୀୟ
/sambad/media/post_attachments/wp-content/uploads/2020/12/plbdcm6-home-gourd-day.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)