ରାୟଗଡା: ରାୟଗଡା ଜିଲ୍ଲା ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଲୋକେ ଅଭିଶପ୍ତ ଜୀବନ ବିତାଉଛନ୍ତି। ସ୍ବାଧୀନତାର ସାତ ଦଶନ୍ଦି ବିତି ଯାଇଥିଲେ ସୁଦ୍ଧା ଲୋକେ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପାନ୍ତ ଦୁର୍ଗମ ଅଞ୍ଚଳରେ ଆବାସ ଯୋଜନା ଏବଂ ସ୍ଵଚ୍ଛ ଭାରତ ଅଭିଯାନରେ ଶୌଚାଳୟ ମିଳୁଥିଲେ ମଧ୍ୟ ଆଜି ପର୍ଯନ୍ତ ସୀମାନ୍ତ ଗ୍ରାମର ଲୋକେ ଏହା ପାଇବାରୁ ବଂଚିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ମାଳମାଳ ଯୋଜନାର ଲାଭ ଏମାନେ ଉଠାଇ ପାରୁନାହାନ୍ତି। ଏଭଳି ଗ୍ରାମ ହେଉଛି ରାୟଗଡା ଜିଲ୍ଲା ସଦର ବ୍ଲକର ଆନ୍ଧ୍ର ସୀମାନ୍ତକୁ ଲାଗିଥବା ବୈରାଗୀ ହାଲୁଆ ପଞ୍ଚାୟତର ପଣସଗୁଡ଼ା ଏବଂ ବଡ଼ ଲୁକୁଟିରପଡ଼ା ଗାଁ। ଗ୍ରାମବାସୀ ସୀମାନ୍ତରେ ବସବାସ କରୁଥିବା ବେଳେ ଗ୍ରାମରେ ପିଇବା ପାଣି, ରାସ୍ତା, ସ୍ବାସ୍ଥ୍ୟ ଭଳି ମୌଳିକ ସମସ୍ୟା ଲାଗି ରହିଛି। ଗ୍ରାମରେ ଥିବା ନଳକୂପରୁ ଦୁଷିତ ପାଣି ବାହାରୁଥିବା ବେଳେ ଲୋକେ ନଦୀ ପାଣିରେ ଶୋଷ ମେଣ୍ଟାଉଛନ୍ତି। ସେହିପରି ପକ୍କା ରାସ୍ତା ନଥିବା ଯୋଗୁଁ ଗାଁରେ ପହଞ୍ଚିପାରୁନାହିଁ ଆମ୍ବାଲାନସ।ଭାରରେ ବୋହି ରୋଗୀକୁ ଆନ୍ଧ୍ର ମେଡିକାଲକୁ ନେଉଛନ୍ତି।
/sambad/media/post_attachments/wp-content/uploads/2024/03/Rgda-border-village.jpg)
ସୀମାରେ ବିତୁଛି ଦୁର୍ଦ୍ଦିନରେ ଜୀବନ। ସ୍ବାଧୀନତାର ସ୍ବାଦ ଚାଖିନଥିବା ଏହି ଗ୍ରାମବାସୀ ଏବେ ବି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ବିକାଶ କଣ ଏମାନେ ବୁଝନ୍ତି ନାହିଁ। ଆମେ କହୁଛୁ ରାୟଗଡା ସଦର ବ୍ଲକ ବୈରାଗୀହାଲୱା ପଞ୍ଚାୟତ ଅନ୍ତର୍ଗତ ପଣସଗୁଡା ଓ ବଡଲୁକଟିରପଡା ଗ୍ରାମର ଦୁଃଖଦ କାହାଣୀ। ଏହି ଗାଁ ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ରହିଥିବା ବେଳେ ଓଡିଶା ସରକାରଙ୍କ ତରଫରୁ ସେପରି କିଛି ଆଖିଦୃଶିଆ ସହାଯ୍ୟ ପାଉନାହାନ୍ତି। କେବଳ ପିଡିଏସ୍ ଚାଉଳକୁ ବାଦ୍ ଦେଲେ ଏଠି ସରକାରୀ ଯୋଜନା ଯେପରି ସାତସପନ ପାଲଟିଛି। ସୀମାରେ ବସବାସ କରୁଥିବା ପଣସଗୁଡାର ୧୨ ପରିବାର ଏବଂ ବଡ଼ଲୁକୁଟିର ପଡ଼ା ଗାଁର ୭ ପରିବାର ଅତି ଦୟନୀୟ ଅବସ୍ଥାରେ ରହୁଥିବା ବେଳେ ବ୍ଲକ ପ୍ରଶାସନ ଏମାନଙ୍କୁ ଆଡ ଆଖିରେ ଦେଖୁନଥିବା ଲୋକେ ଅଭିଯୋଗ କରିଛନ୍ତି। ଗ୍ରାମରେ ଦୁଇଟି ନଳକୂପ ମଧ୍ୟରୁ ଗୋଟିଏ ଅଚଳ ହୋଇଯାଇଥିବା ଆଉ ଅନ୍ୟ ଏକ ନଳକୂପରୁ ଦୂଷିତ ପାଣି ବାହାରୁଥିବା ବେଳେ ଲୋକେ ବାଧ୍ୟ ହୋଇ ନଦୀ ପାଣି ବ୍ୟବହାର କରୁଛନ୍ତି। ଫଳରେ ଅନେକ ସମୟରେ ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି।
/sambad/media/post_attachments/wp-content/uploads/2024/03/Rgda-story-of-w-remote-village-4.jpg)
ଶିକ୍ଷା ବ୍ୟବସ୍ଥା ଏଠି ଭୁଶୁଡି ପଡିଥିବା ବେଳେ କୋମଳମତି ଶିଶୁ ଅଙ୍ଗନୱାଡି କେନ୍ଦ୍ର ମାଡିନାହାଁନ୍ତି। ଗାଁରେ ବିଦ୍ୟୁତ୍ ରହିଛି। ହେଲେ ଅଧିକାଂଶ ସମୟରେ ଲୋକେ ଅନ୍ଧାରରେ ଜୀବନ କାଟୁଛନ୍ତି। ସବୁ ଅତ୍ୟାବଶକୀୟ ଜିନିଷ ପାଇଁ ପଡ଼ୋଶୀ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି। ଏପରିକି ବିବାହ ସଂପର୍କ ମଧ୍ୟ ଆନ୍ଧ୍ର ଲୋକଙ୍କ ସହ ରହିଛି। ଲୋକେ ଓଡ଼ିଆ ଭାଷା ଭୁଲିଗଲେଣି। ଏହି ଅଂଚଳ ସଂପୂର୍ଣ୍ଣ ଆନ୍ଧ୍ର ଭଳି ମନେ ହେବ। ଆନ୍ଧ୍ର ମଧ୍ୟ ଲୋକଙ୍କୁ ସମସ୍ତ ସୁବିଧା ଧୀରେଧୀରେ ଯୋଗାଇ ଆସୁଛି। ଓଡ଼ିଶାରେ ବସବାସ କରୁଥିଲେ ମଧ୍ୟ ପଡ଼ୋଶୀ ରାଜ୍ୟ ଉପରେ ଭରସା କରିବାକୁ ପଡୁଥିବା ଲୋକେ କହନ୍ତି। ବହୁ ସମୟରେ ଆନ୍ଧ୍ରର ଲୋକେ ପଣସଗୁଡା ଗ୍ରାମବାସୀଙ୍କୁ ଆନ୍ଧ୍ରରେ ମିଶିବାକୁ କହୁଥିବା ବେଳେ ଲୋକେ ଆଜି ପର୍ଯ୍ୟନ୍ତ ନିଷ୍ପତ୍ତି ନେଇପାରୁ ନାହୁଁ ବୋଲି ଗ୍ରାମର ବେଲା ତାଡିଙ୍ଗି ଏବଂ ମୋହନ ତାଡିଙ୍ଗି ପ୍ରକାଶ କରିଛନ୍ତି। ଏହି ଦୁଇଟି ଗ୍ରାମବାସୀଙ୍କ ଦୁଃଖ ଦୂର କରିବାରେ ପ୍ରଶାସନ ନିଜ ବିଫଳତାର ପରିଚୟ ଦେଇଛି। ଏଭିଳି ପରିସ୍ଥିତିରେ ରାଜ୍ୟ ସରକାର ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/Rgda-story-of-w-remote-village-5.jpg)