ଜଟିଳ ରୋଗ ଥାଇ କରୋନା ଆକ୍ରାନ୍ତ ହେଲେ ବି ହୋମ୍‌ ଆଇସୋଲେସନ୍‌ରେ ରହିହେବ

ଭୁବନେଶ୍ବର: ଦୀର୍ଘ ୭ ଦନ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ସାମ୍ବାଦକ ସମ୍ମିଳନୀର ଆଜି ଥିଲା ଅନ୍ତିମ ଦିବସ। ଏହି ସମ୍ମିଳନୀରେ ମହାମାରୀ କରୋନା ପକ୍ଷରୁ ନିଜକୁ ବଞ୍ଚାଇବା ପାଇଁ ହୋମ୍‌ ଆଇସୋଲେସନ୍‌ କେତେ ଜରୁରୀ ସେ ନେଇ ପଚରା ଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ।

ବିଶେଷଜ୍ଞମାନେ ବିଭିନ୍ନ ପ୍ରସଂଗରେ ଲୋକଙ୍କୁ ସତର୍କ କରାଇଛନ୍ତି। ପୂର୍ବରୁ ଆମେ ଜାଣିଥିଲେ ଯେ ସଂକ୍ରମିତ କିମ୍ବା ଅଣ ସଂକ୍ରମିତ କୌଣସି ଜଟିଳ ରୋଗ ଥିବା କୋଭିଡ୍‌ ପଜିଟିଭ୍‌ମାନେ ହୋମ୍‌ ଆଇସୋ‌ଲେସନ୍‌ରେ ରହିପାରିବେ ନାହିଁ। ମାତ୍ର ବିଶେଷଜ୍ଞମାନେ ଏହି ସନ୍ଦେହକୁ ଦୂର କରି କହିଛନ୍ତି ଯେ ଯଦି ମଧୁମେହ ରୋଗୀଙ୍କ ରକ୍ତ ଶର୍କରା ନିୟନ୍ତ୍ରଣରେ ଅଛି ତେବେ ଭୟ କରିବାର କୌଣସି କାରଣ ନାହିଁ। ରକ୍ତଚାପ ରୋଗୀ ମଧ୍ୟ ଭୟ ନ କରିବା ଉଚିତ। ରକ୍ତଚାପ ନିୟନ୍ତ୍ରଣରେ ଥିଲେ ଯଥେଷ୍ଟ ସତର୍କତା ଅବଲମ୍ବନ କରି ଘରେ ରହି କରୋନା ସହ ଲଢ଼ା ଯାଇପାରେ।

ସୁନାମଧନ୍ୟ ଡାକ୍ତର ଜୟନ୍ତ ପଣ୍ଡା ନିଜର ବକ୍ତବ୍ୟ ରଖି କହିଛନ୍ତି କି କିଡ୍‌ନି ରୋଗୀମାନଙ୍କର ଫଙ୍କ୍‌ସନାଲ୍‌ ଷ୍ଟାଟସ୍‌ ଦେଖି ଡୋଜ୍‌ ଦିଆଯାଏ। ତେବେ କରୋନା ପଜିଟିଭ୍‌ ହୋଇ ହୋମ୍‌ ଆଇସୋଲେସନ୍‌ରେ ଥିବା ଆକ୍ରାନ୍ତଙ୍କୁ ହାଇଡ୍ରୋକ୍ସି କ୍ଲୋରକୁଇନ୍‌ ଦିଆଯାଏ ନାହିଁ। ଅସ୍କିଜେନ୍‌ ଥେରାପି ଘରେ ନେବାର କୌଣସି ଅସୁବିଧା ନାହିଁ।

ସେ ଆହୁରି ବି କହିଛନ୍ତି ଯେ ଆପଣ ଯଦି କରୋନା ଆକ୍ରାନ୍ତ ହେଉଛନ୍ତି ଓ ଘରେ ରହି ଚିକିତ୍ସତ ହେଉଛନ୍ତି ତେବେ ୟାଠାରୁ ବଡ଼ ଖୁସୀର କଥା ଆଉ କିଛି ନାହିଁ। ରୋଗ ସାମାନ୍ୟ ଥିଲେ କିମ୍ବା ଲକ୍ଷଣ ନଥିଲେ ଆପଣ ଆରମ୍‌ରେ ଘରେ ରହି ଚିକିତ୍ସିତ ହୋଇପାରିବେ। ମାତ୍ର ଯଦି ଆପଣଙ୍କ ଭିତରେ ଜଟିଳତା ବୃଦ୍ଧିପାଏ ଯେପରିକି ଧଇଁସଇଁ ହେବା, କାଶ ହେବା, ଜ୍ବର ବଢ଼ିବା, ମୁଣ୍ଡ ଓ ପେଟ ବଥା ହେଲେ ତୁରନ୍ତ  ୧୦୪ ନମ୍ବରକୁ ଫୋନ କରନ୍ତୁ ଏବଂ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୁଅନ୍ତୁ।

ହୃଦ୍‌ରୋଗୀ, ଶ୍ବାସ ରୋଗୀ, କର୍କଟ ରୋଗୀ, କିଡ୍‌ନୀ ରୋଗୀ ମଧ୍ୟ ହୋମ୍‌ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହୋଇପାରିବେ। ମାନସିକ ରୋଗୀ ହୋଇଥିଲେ ଘରେ ରହି ଚିକିତ୍ସିତ ହୁଅନ୍ତୁ। ଆବଶ୍ୟକସ୍ଥଳରେ ୧୦୪ ଡାଏଲ କରି ଟେଲି କନ୍‌ସଲଟେସନ୍‌ କରନ୍ତୁ।

ତେବେ ଗର୍ଭବତୀମାନେ ଯଦି କରୋନା ଆକ୍ରାନ୍ତ ହୁଅନ୍ତି ତେବେ ପିଲା ଜନ୍ମ ଦେବାରେ କୌଣସି ଅସୁବିଧା ନାହିଁ। ସେମାନେ ପିଲା ଜନ୍ମ ପରେ ସ୍ତନ୍ୟପାନ ବି କରାିପାରିବେ। ଟୀକା ନିଅନ୍ତୁ। ଟୀକା ନେଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ବୋଲଇ ବିଶେଷଜ୍ଞ ଡାକ୍ତର କହିଛନ୍ତି।

ସମ୍ବନ୍ଧିତ ଖବର