ଭୁବନେଶ୍ବର: ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ଖୋଲିଥିବା ଘରୋଇ ଔଷଧ ଷ୍ଟୋରକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ସ୍ବାସ୍ଥ୍ୟ ବିଭାଗ। ଯେଉଁ ଷ୍ଟୋରଗୁଡ଼ିକ ଏବେ କାର୍ଯ୍ୟକ୍ଷମ ଅଛନ୍ତି ସେମାନଙ୍କ ଲିଜ୍ ଅବଧି ଆଉ ନ ବଢ଼ାଇବା ସହ ନୂଆ ଷ୍ଟୋର ଯେପରି ନ ଖୋଲିବ ସେଥିପାଇଁ ଦୃଷ୍ଟି ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏ ସଂକ୍ରାନ୍ତରେ ସବୁ ସିଡିଏମ୍ଓମାନଙ୍କୁ ପତ୍ର ଲେଖିଛନ୍ତି। ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ସରକାର ସବୁ ସରକାରୀ ଡାକ୍ତରଖାନାରେ ଔଷଧ ବିତରଣ କେନ୍ଦ୍ର(ଡିଡିସି) ଜରିଆରେ ୨୪ଘଣ୍ଟିଆ ଔଷଧ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ହେଲେ ସରକାରୀ ହସ୍ପିଟାଲ ପରିସରରେ ଔଷଧ ଷ୍ଟୋର ଖୋଲିଥିବା କିଛି ବ୍ୟବସାୟୀ ଏହାର ବିରୋଧରେ ହାଇକୋର୍ଟରୁ ରହିତାଦେଶ ଆଣି ବ୍ୟବସାୟ କରୁଛନ୍ତି। ମାତ୍ର ଅନେକ ଦୋକାନୀଙ୍କ ପାଖରେ ହାଇକୋର୍ଟଙ୍କ ରହିତାଦେଶ ନ ଥିଲେ ବି ସେମାନେ ବ୍ୟବସାୟ ଜାରି ରଖିଛନ୍ତି। ବିଭାଗ ସେମାନଙ୍କ ଏକ ତାଲିକା ପ୍ରସ୍ତୁତ କରିଛି। ତେଣୁ ସରକାରୀ ମେଡିକାଲ କଲେଜ ସହ ସରକାରୀ ଡାକ୍ତରଖାନା ପରିସରରେ ଏଭଳି ଔଷଧ ଷ୍ଟୋର କାହିଁକି ଖୋଲିଛନ୍ତି ତାହା ସଂପର୍କରେ ଆସନ୍ତା ୩ଦିନ ଭିତରେ ସିଡିଏମ୍ଓ ଉତ୍ତର ରଖିବେ। ଏହାସହ ବେଆଇନ ଭାବେ ଔଷଧ ବିକ୍ରି କରୁଥିବା ଦୋକାନୀଙ୍କ ଚୁକ୍ତିକୁ ତୁରନ୍ତ ବାତିଲ୍ କରିବା ସହ ଔଷଧ ଦୋକାନକୁ ଉଚ୍ଛେଦ କରିବା ଲାଗି ପଦକ୍ଷେପ ନେବାକୁ କୁହାଯାଇଛି।
ହସ୍ପିଟାଲ ପରିସରରେ ଖୋଲି ପାରିବନି ଘରୋଇ ଔଷଧ ଦୋକାନ: ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ନ ଥାଇ ଅନେକ ଷ୍ଟୋର ଖୋଲିଛନ୍ତି
ଲିଜ୍ ଅବଧି ନ ବଢ଼ାଇବା ଲାଗି ସବୁ ସିଡିଏମ୍ଓଙ୍କୁ ସ୍ବାସ୍ଥ୍ୟ ବିଭାଗର ପତ୍ର
/sambad/media/post_attachments/wp-content/uploads/2023/03/medicine.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)