ଭୁବନେଶ୍ବର: କରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ରାଜ୍ୟ ସରକାର ଘରକୁ ଘରକୁ ଯାଇ ଟିକାକାରଣ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଜି ଚାଲିଥିବା ଏହି ପ୍ରକ୍ରିୟା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ଘରକୁ ଘରକୁ ଯାଇ ଟିକାକାରଣ କରିବା ପ୍ରକ୍ରିୟା ଆରମ୍ଭ ହେବା ପରେ ଏବେ ଟିକାକରଣ ସଂଖ୍ୟା ବଢ଼ିଛି। ଯେଉଁମାନେ ଟିକା ନେଇନାହାଁନ୍ତି ସେମାନେ ଟିକା ନିଅନ୍ତୁ ଓ ନିଜକୁ ସୁରକ୍ଷିତ ରଖନ୍ତୁ। ଯେଉଁମାନେ ଟିକା ନେଇ ନାହାଁନ୍ତି ସେମାନେ ସରକାରଙ୍କ ଶେଷ ମୁହୂର୍ତ୍ତର ଏହି ସୁବିଧାର ଲାଭ ଉଠାନ୍ତୁ।
ରାଜ୍ୟରେ ସଂକ୍ରମଣ କମ ହେଉଥିବା ନେଇ ପ୍ରଶ୍ନ କରାଯିବା ପରେ ଉତ୍ତରରେ ସେ କହିଛନ୍ତି ଯେ, କରୋନା ରୋଗୀଙ୍କ ସଂଖ୍ୟା ଏବେ କମ ଅଛି। ଆଇସିୟୁରେ ମଧ୍ୟ କମ ରୋଗୀ ଭର୍ତ୍ତି ହେଉଛନ୍ତି। ଆମ ପାଖରେ ସବୁ ପ୍ରକାର ବ୍ୟବସ୍ଥା ଅଛି ତାମାନେ ନୁହେଁ ଯେ ଆମେ ବିପଦ ମୁକ୍ତ ହୋଇଗଲେ। ଏବେ ଅଲଗା ଦେଶରେ ସଂକ୍ରମଣ ବଢୁଛି। ତେଣୁ ଏବେ ଆମକୁ ସଚେତନ ହେବାକୁ ପଡ଼ିବ। ବିପଦ ସୃଷ୍ଟି ହେବା ଭଳି ପରିସ୍ଥିତି ନଆସିବା ପାଇଁ ଚେଷ୍ଟା କରିବାକୁ ପଡ଼ିବ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତାକାଲି ଦୀପାବଳି। ତେଣୁ ସମସ୍ତେ ସତର୍କ ରହି ଏହି ପର୍ବକୁ ପାଳନ କରନ୍ତୁ। ସବୁଜ ବାଣ ଫୁଟାଇ ଦୀପାବଳି ପାଳନ କରି ପରିବେଶକୁ ସୁରକ୍ଷିତ ରଖନ୍ତୁ। ବାଣ ଫୁଟାଇବା ବେଳେ ଦୃଘଟଣା ଘଟିବାର ସମ୍ଭାବନା ଥିବାରୁ ଶିଶୁମାନଙ୍କ ସୁରକ୍ଷା ଉପରେ ଦୃଷ୍ଟି ଦେବା ଦରକାର। ଏହା ସହ ବାୟୁ ପ୍ରଦୂଷଣ ଯେପରି ନ ହେବ ସେ ନେଇ ଯତ୍ନବାନ ହେବା ଜରୁରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/t-30.jpg)
