ନ୍ୟାୟ ଦାବିରେ ଧାରଣାରେ ବସିଲେ ହୋମ୍‌ଗାର୍ଡ

ବାଲେଶ୍ବର: ଜଳେଶ୍ବର ବ୍ଲକ ରାଇବଣିଆ ଥାନାର ହୋମଗାର୍ଡ ସଂଜୟ ଜେନା ଓ ତାଙ୍କ ପତ୍ନୀ ନ୍ୟାୟ ଦାବିରେ ବାଲେଶ୍ବର ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଧାରଣା ଦେଇଛନ୍ତି। ସୂଚନା ମୁତାବକ, ଗତବର୍ଷ ରାଇବଣିଆ ଥାନାରେ ସାମାନ୍ୟ କଥାକୁ ନେଇ ହୋମ୍‌ଗାର୍ଡ ଡ୍ରାଇଭର କୁଶେଶ୍ବର ମହାନ୍ତ ଓ ସଂଜୟଙ୍କ ମଧ୍ୟରେ ବଚସା ହୋଇଥିଲା।

ଏହାକୁ ନେଇ ପିଟାମରା ପରିସ୍ଥିତି ଉପୁଜିଥିଲା। ମହିଳା କନେଷ୍ଟବଳ ବିନୁମଣି ସାହୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ମାଡ଼ ଖାଇଥିଲେ। ପରେ ଏନେଇ ଉଭୟଙ୍କ ପକ୍ଷରୁ ପୃଥକ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଏସ୍‌ପି ସୁଧାଂଶୁ ‌ଶେଖର ମିଶ୍ର ସଂଜୟଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ। ଏହାର ପ୍ରତିବାଦରେ ଆଜି ସଂଜୟ ଓ ତାଙ୍କ ପତ୍ନୀ ଧାରଣା ଦେଇଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ ସଂଜୟ ଓ ତାଙ୍କ ପତ୍ନୀ ଧାରଣାରେ ବସିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର