କୁକୁରଙ୍କ ପାଇଁ ଦେବଦୂତ ସାଜନ୍ତି ରାଜଧାନୀର ଏହି ଜରି ଗୋଟାଳି

ଭୁବନେଶ୍ୱର: ଭାରତର ପୂର୍ବତନ କ୍ରିକେଟର ଭି ଭିଏସ ଲକ୍ଷ୍ମଣଙ୍କ ଟୁଇଟ୍‌ ଆସିବା ପରେ ଜରି ଗୋଟାଳି କମଳ ଲୋଚନ ଚର୍ଚ୍ଚାକୁ ଆସିଛନ୍ତି। କଥାରେ ଅଛି ଭୋକ ସମସ୍ତଙ୍କ ପାଇଁ ସମାନ । ମଣିଷ ପରି ପଶୁପକ୍ଷୀଙ୍କୁ ବି ଭୋକ ହୋଇଥାଏ, ଆଉ ଏହି କଥାକୁ ବେଶ୍‌ ଭଲ ଭାବେ ହୃଦୟଙ୍ଗମ କରିପାରିଛନ୍ତି କମଳ ଲୋଚନ ବଳିୟାରସିଂ ।


କମଳଲୋଚନ କଥା କହିପାରୁ ନଥିବା ପଶୁଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି । ଖାସ୍‌ ସେଇଥିପାଇଁ ତ ପ୍ରତିଦିନ ରାଜଧାନୀରେ ବୁଲା କୁକୁରଙ୍କୁ ସେ ଖାଇବାକୁ ଦେଉଛନ୍ତି । କମଳଲୋଚନ ବିଭିନ୍ନ ସ୍ଥାନ ବୁଲି ପ୍ଲାଷ୍ଟିକ୍‌ ବଟଲ ଓ ଜରି ଇତ୍ୟାଦି ସଂଗ୍ରହ କରିଥାନ୍ତି । ଏଭଳି ସ୍ଥିତିରେ ନିଜକୁ ପ୍ରତିଦିନ ଖାଇବା ମିଳିବ କି ନାହିଁ ସେ ଜାଣି ନଥାନ୍ତି । ହେଲେ ତାଙ୍କ ଆଖପାଖରେ ଥିବା ବୁଲା କୁକୁରଙ୍କ ପାଇଁ ସେ କିନ୍ତୁ କିଛିନା କିଛି ଖାଇବା ଯୋଗାଡ କରି ଦେଇଥାନ୍ତି । ବୁଲା କୁକୁରଙ୍କ ପାଇଁ କମଳ ଲୋଚନଙ୍କ ଏପରି ଭଲ ପାଇବା ଆଜି ତାଙ୍କୁ ସମାଜର ଭିଡ ଭିତରୁ ଜଣେ ନିଆରା ମଣିଷ ଭାବେ ପରିଚୟ ଦେଇଛି ।

ସମ୍ବନ୍ଧିତ ଖବର