ଭୁବନେଶ୍ୱର : ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ; ପୁଲିସ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ଘର ପାଇଁ ଆଉ ଚିନ୍ତା କରିବାକୁ ପଡ଼ିବନି। ପୂର୍ବରୁ ସରକାରୀ ଘର ଅଭାବରୁ ଘର ଭଡ଼ା ପାଇଁ ନୟାନ୍ତ ହେବାକୁ ପଡ଼ୁଥିଲା। ଥାନାଠାରୁ ଦୂରେରେ ରହୁଥିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ। ହେଲେ ଏବେ ନିଜ ଥାନା ଅଞ୍ଚଳରେ ଘର ଯୋଗାଇ ଦିଆଯିବ। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ୫୦୪ ପୁଲିସ କ୍ବାର୍ଟର୍ର ଭିତ୍ତିପ୍ରସ୍ଥର ସ୍ଥାପନ କରି ଏଭଳି ବାର୍ତ୍ତା ଦେଇଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରରେ ଏହି କ୍ବାର୍ଟର୍ସ ଯୋଗାଇ ଦିଆଯିବ। ଯେଉଁଥିରେ ମୋଟ୍ ପ୍ରକଳ୍ପର ଏକ-ତୃତୀୟାଂଶ କନଷ୍ଟେବଳ ଏବଂ ହେଡ୍-କନଷ୍ଟେବଳଙ୍କୁ ଦିଆଯିବ। ସେହିପରି ଆଇଆଇସି, ଏସ୍ଆଇ, ଏଏସ୍ଆଇସ୍ତରର ଅଧିକାରୀଙ୍କୁ ମଧ୍ୟ ଏହି କ୍ବାର୍ଟର୍ ମିଳିବ। ରାଜଧାନୀର ଯାଁଳା ଅଞ୍ଚଳରେ ୫୬ଟି ଇ-ଟାଇପ୍, ରିଜର୍ଭ ପୁଲିସ ଲାଇନ୍ରେ ୨୮ଟି ଡି-ଟାଇପ୍ ଓ ୫୬ଟି ଏଫ୍ -ଟାଇଫ୍, ତମାଣ୍ଡୋ, ଏୟାରଫିଲ୍ଡ, ବଡ଼ଗଡ଼ ଅଞ୍ଚଳରେ ୨୮ଟି ଲେଖାଏଁ ଇ-ଟାଇପ୍, ବଡ଼ଗଡ଼, ଲକ୍ଷ୍ମୀସାଗର ଅଞ୍ଚଳରେ ୨୮ଟି ଲେଖାଏଁ ଏଫ୍-ଟାଇପ୍। ଏହାଛଡ଼ା ଭୁବନେଶ୍ବର ୟୁପିଟିଟିଆଇ କ୍ୟାମ୍ପସ୍ରେ ମଧ୍ୟ ୨୪୪ଟି ଏଫ୍-ଟାଇପ୍ କ୍ବାର୍ଟର୍ ନିର୍ମାଣ ହେବ। ଆସନ୍ତା ୫ବର୍ଷ ମଧ୍ୟରେ ରାଜଧାନୀରେ ଆହୁରି ଅଧିକ ଘର ନିର୍ମାଣ ସହ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ କ୍ବାର୍ଟର୍ ନିର୍ମାଣ ହେବ ବୋଲି ପୁଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି। ପୁଲିସ ରିଜର୍ଭ ଲାଇନ୍ରେ ଅନୁଷ୍ଠିତ ଏହି ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମରେ ଗୃହ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା, ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି (ଆଇନଶୃଙ୍ଖଳା) ଆର୍.କେ ଶର୍ମା, ଅତିରିକ୍ତ ପୁଲିସ କମିସନର୍ ରେଖା ଲୋହାନୀ, ଡିସିପି ଉମାଶଙ୍କର ଦାସଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ, ଏସିପି ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/Chief-Minister-Shri-Naveen-Patnaik-Laying-foundation-stone-for-construction-of-504-quarters-for-Police-personnel-in-Reserve-police-Ground-of-UPD-Bhubaneswar-through-VC.jpg)