ହୋମିଓପାଥିକ ଓ ଆୟୁର୍ବେଦିକ ପାଠ୍ୟକ୍ରମରେ ନାମଲେଖା: ୨୭୦ ଛାତ୍ରଛାତ୍ରୀଙ୍କୁ ସିଟ୍‌ ଆବଣ୍ଟନ

ଭୁବନେଶ୍ୱର : ହୋମିଓପାଥିକ ଓ ଆୟୁର୍ବେଦିକ କଲେଜରେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ ସିଟ୍‌ ଆବଣ୍ଟନ ହୋଇଛି। ଉକ୍ତ ଦୁଇ ପାଠ୍ୟକ୍ରମ ଲାଗି ୧୦୦୧ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ୨୭୫ଟି ମୋଟ ସିଟ୍‌ ରହିଛି। ସେଥିମଧ୍ୟରୁ ୨୭୦ ଜଣଙ୍କୁ ସିଟ୍‌ ବଣ୍ଟନ କରାଯାଇଛି। ୩ଟି ସିଟ୍‌ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଲାଗି ସଂରକ୍ଷିତ ରହିଥିଲେ ମଧ୍ୟ କୌଣସି ପିଲା ନାମ ପଞ୍ଜୀକରଣ କରିନାହାନ୍ତି। ଏଥିସହ ଆଉ ଦୁଇଟି ସିଟ୍‌ କେନ୍ଦ୍ର ସରକାରଙ୍କ ନୋମିନିଙ୍କ ଲାଗି ସଂରକ୍ଷିତ ରଖାଯାଇଛି। ଯେଉଁମାନଙ୍କୁ ସିଟ୍‌ ଆବଣ୍ଟନ ହୋଇଛି ସେମାନେ ଆସନ୍ତା ୨୨ ଏବଂ ୨୩ ତାରିଖରେ ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ କାର୍ଯ୍ୟାଳୟରେ ଡକ୍ୟୁମେଣ୍ଟ ଯାଞ୍ଚ କରିପାରିବେ।

ଆସନ୍ତା ୨୪ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଅସ୍ଥାୟୀ ସିଟ୍‌ ଆବଣ୍ଟନ ହେବ। ଏଥିରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ଲାଗି ୨୬ ତାରିଖରେ ନୋଡାଲ ସେଣ୍ଟରରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ୨୩ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଛାତ୍ରଛାତ୍ରୀ ନାମଲେଖା ପ୍ରକ୍ରିୟାରୁ ଓହରିପାରିବେ। ଆସନ୍ତା ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିଥିବା ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର