ଅମ୍ବାଭୋନା: ମହୁମାଛି ଆକ୍ରମଣରେ କେନ୍ଦୁ ପତ୍ର କର୍ମଚାରୀଙ୍କ ମୃତ୍ୟୁ । ବରଗଡ଼ ଜିଲ୍ଲା ଭଟଲି କେନ୍ଦୁ ପତ୍ର ବନ ସଂରକ୍ଷଣ କାର୍ଯ୍ୟାଳୟ ଅଧିନସ୍ଥ ସୁଳସୁଲିଆ କେନ୍ଦୁ ପତ୍ର ଡିପୋ ଖଲିଆପାଲିଠାରେ ମହୁମାଛି ଆକ୍ରମଣରେ ଅମ୍ବାଭୋନା ବ୍ଳକର ଜରୀମୂଲି ଗ୍ରାମର କେନ୍ଦୁ ପତ୍ର କର୍ମଚାରୀ ନୀଲାମ୍ବର ସୁନା (୫୮)ଙ୍କ ମୃତ୍ୟୁ ହୋଇଯାଇଛି ।
ସୂଚନାଯୋଗ୍ୟ ଯେ, ଗତକାଲି ଶନିବାର ଦିନ କେନ୍ଦୁ ପତ୍ର ଡିପୋଠାରେ କାମ କରୁଥିବା ବେଳେ ହଠାତ ପାଖ ଗଛ ମହୁଫେଣାରୁ ମହୁମାଛି ଆସି ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ନୀଲାମ୍ବର। ସ୍ଥାନୀୟ ଗ୍ରାମବାସୀ ଓ ବନକର୍ମଚାରୀ ନୀଲାମ୍ବରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ନୀଲାମ୍ବରଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି ।
/sambad/media/post_attachments/wp-content/uploads/2021/03/t-64.jpg)
ସେ କେନ୍ଦୁ ପତ୍ର ବାଇଣ୍ତିଂ ଚେକର ଭାବେ କାମ କରି ପରିବାର ଭରଣପୋଷଣ କରୁଥିଲେ । ନୀଲାମ୍ବର ତାଙ୍କ ପଛରେ ପତ୍ନୀ କ୍ଷୀରବତୀ ସୁନା, ତିନୋଟି ପୁଅ ରୋହିତ ସୁନା, ଚିତ୍ତରଂଜନ ସୁନା, ମୁନା ସୁନା ଏବଂ ଗୋଟିଏ ଝିଅକୁ ଛାଡି ଯାଇଛନ୍ତି । ନୀଲାମ୍ବର ଅମ୍ବାଭୋନା ବ୍ଳକର ୪୨ମୌଜା ୭ଟି ପଞ୍ଚାୟତର ଲକ୍ଷ ଘର ହରିଜନ ଗଣ୍ତା ସମାଜ ସଭାପତି ଭାବେ ଦାୟିତ୍ୱ ତୁଲାଇ ସମାଜିକ କାମ କରି ଆସୁଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଲକ୍ଷ ଘର ହରିଜନ ଗଣ୍ତା ସମାଜର ଉପସଭାପତି ରଞ୍ଜନ ତାଜେନ, ସଂପାଦକ ଦୁର୍ଯ୍ୟୋଧନ ସାଏତ, ସହ ସଂପାଦକ ଲକ୍ଷ୍ମୀକାନ୍ତ ବୁଡା, କୈଲାଶ ତାଜେନ ପ୍ରମୁଖ ତାଙ୍କ ବାସ ଭବନରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କର ବଡ ପୁଅ ରୋହିତ ସୁନା ମୁଖାଗ୍ନି ଦେଇଥିବା ଜଣାପଡ଼ିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/t-63.jpg)
