ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଞ୍ଚଳରେ ଅନରକିଲିଂ ହୋଇଥିବା ଆଲୋଚନା ହେଉଛି। ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଚଳିତ ମାସ ୧୪ ତାରିଖରେ ଜଣେ ନାବାଳିକାକୁ ତାର ବାପା ତଣ୍ଟି ଚିପି ହତ୍ୟା କରିଥିବା କୁହାଯାଉଛି। ଅନ୍ୟ ଜାତିର ପୁଅ ସହିତ ପ୍ରେମ କରିବାରୁ ଝିଅକୁ ବାପା ଏଭଳି ଶାସ୍ତି ଦେଇଛି। ଏଥିସହ ପ୍ରମାଣ ନଷ୍ଟ କରିବା ପାଇଁ ଝିଅର ଶବକୁ ମଧ୍ୟ ପୋଡ଼ି ଦିଆଯାଇଛି। ଏନେଇ ବୀରମହାରାଜପୁର ପୁଲିସକୁ ପଚାରିବାରୁ ଏଭଳି କୌଣସି ଅଭିଯୋଗ ହୋଇନାହିଁ। ଘଟଣା ଉପରେ ନଜର ରଖାଯାଇଛି ବୋଲି ପୁଲିସ କହିଛି।
ବୀରମହାରାଜପୁର : ଅନ୍ୟ ଜାତିରେ ପ୍ରେମ କରିବାରୁ ଝିଅକୁ ହତ୍ୟା!
/sambad/media/post_attachments/wp-content/uploads/2020/03/Dead-Body-380x214.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)