ଗୋପାଳପୁର-ସମ୍ବଲପୁର ରେଳପଥ ନିର୍ମାଣ ଆଶା ଉଜ୍ୱଳ; ଡ୍ରୋନ୍ ଆଉ ହେଲିକେପ୍ଟରରେ ହେବ ପ୍ରସ୍ତାବିତ ରେଳପଥର ଏରିଏଲ୍ ସର୍ଭେ

ଭଞ୍ଜନଗର : ବହୁ ପ୍ରତୀକ୍ଷିତ ବ୍ରହ୍ମପୁର-ସମ୍ବଲପୁର ନୂତନ ରେଳପଥ ନିର୍ମାଣ କାମ ନେଇ ଆଶା ଉଜ୍ୱଳ ହୋଇଛି। ଏହି ରେଳପଥ ପାଇଁ ଚୁଡ଼ାନ୍ତ ସର୍ଭେ ପକ୍ରିୟା ଅତିଶୀଘ୍ର ଆରମ୍ଭ କରାଯିବ ବୋଲି ଜଣାପଡିଛି। ଏହି ସର୍ଭେ ପାଇଁ ହେଲିକେପ୍ଟର ଏବଂ ଡ୍ରୋନ୍‌ କ୍ୟାମେରାର ବ୍ୟବହାର କରାଯିବ। ଏହି ପ୍ରକଳ୍ପର ଏରିଏଲ୍‌ ସର୍ଭେ ଚଳିତ ମାସ ଶେଷ ସୁଧା ସାରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଏହି ପ୍ରକଳ୍ପ ନିମନ୍ତେେ ଆସନ୍ତା ବଜେଟରେ ଅର୍ଥ ମଞ୍ଜୁର କରାଯିବା ନେଇ ଚିତ୍ର ଏକ ପ୍ରକାର ସ୍ପଷ୍ଟ ହୋଇଛି। ଦୀର୍ଘଦିନର ଦାବି ପରେ ଶେ‌ଷରେ ରାଜ୍ୟ‌ରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ଗଠିତ ହୋଇଥିବା ଓଡ଼ିଶା ରେଳ ଭିତ୍ତିଭୁମି ବିକାଶ ଲିମିଟେଡ୍‌ (ଓରିଡ଼ିଏଲ୍‌) କମ୍ପାନି ପକ୍ଷରୁ ଏହି ନୂତନ ରେଳପଥ ପାଇଁ ଟେଣ୍ଡର ପ୍ରକାଶ କରାଯାଇଥିଲା। କେନ୍ଦ୍ର ରେଳ ମନ୍ତ୍ରାଣାଳୟ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଗଠନ କରାଯାଇଥିବା ଓରିଡିଏଲ୍‌ କମ୍ପାନିକୁ ଏହି ପ୍ରକଳ୍ପର ଦାୟିତ୍ବ ପ୍ରଦାନ କରାଯାଇଛି। ଏହି ନୂତନ ରେଳପଥ ନିମିତ୍ତ ଟୋକନ୍‌ ଅର୍ଥ ବାବଦକୁ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇସାରିଥିବା ବେଳେ ପ୍ରକଳ୍ପଟିର ଚୁଡାନ୍ତ ତଥ୍ୟ ପ୍ରଦାନ କରାଗଲା ତାହା ନିତି ଆୟୋଗର ମଞ୍ଜୁରୀ ଲାଭ କରିବା ପରେ କେନ୍ଦ୍ର ସରକାର ଆଗମୀ ବଜେଟ୍‌ରେ ୨.୯୭୫ କୋଟି ଏହି ପ୍ରକଳ୍ପ ନିମନ୍ତେ ମଞ୍ଜୁର କରିବେ ବୋଲି ଏହି ପ୍ରକଳ୍ପର ସର୍ଭେ ପାଇଁ ସ୍ବତନ୍ତ୍ର ଅଧିକାରୀ ଦାୟିତ୍ବରେ ଥିବା ଶିବ ପ୍ରସାଦ ସାମନ୍ତରାୟ ସୂଚନା ଦେଇଥିବା କ‌ବିସୂର୍ଯ୍ୟନଗରର ସୂଚନା ଅଧିକାର କର୍ମୀ ବି.ଶଙ୍କର ପାତ୍ର ପ୍ରକାଶ କରିଛନ୍ତି।

ଦକ୍ଷିଣ ‌ଓଡ଼ିଶା ବ୍ରହ୍ମପୁରକୁ ସିଧାସଳଖ ପଶ୍ଚିମ ଓଡ଼ିଶାର ସମ୍ବଲପୁର ସହିତ ଯୋଡିବା ପାଇଁ ନୂତନ ରେଳପଥ ପ୍ରକଳ୍ପ ନିର୍ମାଣ କରିବା ‌ନେଇ ଦୀର୍ଘବର୍ଷରୁ ଯୋଜନା ‌ହୋଇଥିଲା କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ୨୦୧୦-୧୧ରେ ପ୍ରାଥମିକ ସର୍ଭେ କରିବା ନେଇ ପୂର୍ବତଟ ରେଳ ବିଭାଗକୁ ଅନୁମତି ମିଳିଥିଲା। ସେହି ସମୟରେ ୨୧୨ ପୃଷ୍ଠାର ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ନିକଟରେ ଦାଖଲ ହୋଇଥିଲା।କିନ୍ତୁ ସେହି ରିପୋର୍ଟ କାର୍ଯ୍ୟକାରୀ କରିବାରେ ବହୁତ ବିଳମ୍ବ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏହି ପ୍ରକଳ୍ପକୁ ତ୍ବରାନ୍ବିତ କରିବା ପାଇଁ ଭଞ୍ଜନଗର ଠାରେ ଭଞ୍ଜନଗର ସମେତ ଗଞ୍ଜାମ, କନ୍ଧମାଳ, ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାର ଆଇନଜୀବୀମାନେ ଏକଜୁଟ ହୋଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ ଗଠନ କରି ଜୋରଦାର ଆନ୍ଦୋଳନ କରିଥିଲେ। ବିଭିନ୍ନ ରାଜନୈତିକ ନେତୃବୃନ୍ଦଙ୍କୁ ଭେଟି ଦାବି ଜଣାଇବା ସହ ସରକାରଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନ କରିଥିଲେ। ଶେ‌‌ଷରେ ଗତବର୍ଷ ସରକାର ଦାବିକୁ ଗ୍ରହଣ କରି ଓରିଡିଏଲ ଏହି ପ୍ରକଳ୍ପ ନେଇ ଟେଣ୍ଡର ଆହ୍ବାନ କରି‌ଥିଲା। ବର୍ତ୍ତମାନ ଏରିଏଲ୍ ‌ସର୍ଭେ ଚଳିତ ମାସ ଶେ‌ଷ ସୁଦ୍ଧା ଗୋପାଳପୁର ଠାରୁ ସମ୍ବଲପୁର ଯାଏଁ ସମ୍ପନ୍ନ କରାଯିବ ବୋଲି ସୂଚନା ଅଧିକାର କର୍ମୀ ଶ୍ରୀ ପାତ୍ର କହିଛନ୍ତି।

The Mayo News

ପ୍ରାଥମିକ ସର୍ଭେ ରିପୋର୍ଟ ଅନୁଯାୟୀ ଏହି ରେଳପଥ ପାଇଁ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ରେଳ ଷ୍ଟେସନ୍‌ ଠାରୁ ରେଢାଖୋଲ ପର୍ଯ୍ୟନ୍ତ ନୂତନ ଲାଇନ୍‌ ବିଚ୍ଛାଯିବ। ଯାହାର ଲମ୍ବା ପ୍ରାୟ ୨୪୦ କିଲୋମିଟର ହେବ। ଏଥିସହ କଦଳୀଗଡ଼ରୁ ୨୫ କିମି ୱାଇ ଲିଙ୍କ୍‌ ଏବଂ ଜଗନ୍ନାଥପୁରରୁ ଗୋପାଳପୁର ବନ୍ଦର ୧୦ କିମି ଶାଖା ଲାଇନ୍‌ ମିଶି ମୋଟ ୨୭୫ କିମି ରେଳପଥ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଶ୍ରୀ ପାତ୍ର ଏହି ପ୍ରକଳ୍ପ ଉପରେ ବିଭିନ୍ନ ସମୟରେ ତଥ୍ୟ ମାଗିବା ସହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନର ଆନ୍ଦୋଳନ ଫଳରେ ରେଳ ମାନଚିତ୍ରରୁ ବାଦ୍‌ ପଡିଥିବା କନ୍ଧମାଳ ଓ ବୌଦ୍ଧ ଜିଲ୍ଲାକୁ ରେଳ ଚଳାଚଳ ଆଶା ଉଜ୍ଜିବିତ ହୋଇଛି। ଏହି ନୂତନ ପ୍ରକଳ୍ପରେ ୧୬ଟି ନୂତନ ଷ୍ଟେସନ୍‌ ପ୍ରତିଷ୍ଠା କରାଯିବ। ଏଥିରେ ୫ ଟି ଟନେଲ୍‌ ୩୮ ଟି ବଡ ସେତୁ, ୧୮୪ ଟି ମଧ୍ୟମ ଓ କ୍ଷୁଦ୍ର ସେତୁ ନିର୍ମାଣ କରାଯିବ। ଏହି ପ୍ରକଳ୍ପରେ ମୂଳ ଷ୍ଟେସନ୍ ଜଗନ୍ନାଥପୁର ରହିଥିବା ବେଳେ ଶେଷ ଷ୍ଟେସନ୍‌ ରେଢାଖୋଲ ରହିବ ବୋଲି ସୂଚନା ମିଳିଛି। ଉଭୟ ଷ୍ଟେସନ୍‌ ମଧ୍ୟରେ ହିଞ୍ଜିଳିକାଟୁ, ଆସିକା, ଭଞ୍ଜନଗର, ବଦାଙ୍ଗି, ଚକାପାଦ, ଫୁଲବାଣୀ, ସାନମୁଣ୍ଡା, ମୁଣ୍ଡାପଡା, ବୌିଦ୍ଧ, କଦଳୀଗଡ, ରେଢାଖୋଲ ଷ୍ଟେସନ୍‌ ରହିବ। ୨୦୨୫ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର