ସୁନ୍ଦରଗଡ଼: ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ ୱେରେ ଶନିବାର ସନ୍ଧ୍ୟା ୭ଟା ୧୫ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ସହିତ ଏକ ବାଇକ୍ ପଛରୁ ଦ୍ରୁତ ଗତିରେ ଆସି ପିଟି ହୋଇ ଚୁରମାର ହୋଇଯାଇଛି। ଘଟଣାସ୍ଥଳରେ ହିଁ ୨ ବାଇକ ଆରୋହୀ ଯୁବକଙ୍କ ଶୋଚନୀୟ ମୃତ୍ଯୁ ହୋଇଯାଇଛି।
ଟ୍ରକଟି ରାଉରକେଲାରୁ ଝାରସୁଗୁଡ଼ା ଆଡ଼କୁ ଯାଉଥିଲା। ଏହି ସମୟରେ ଦୁର୍ଘଟଣା ଘଟିଛି।
ଅଧିକ ପଢ଼ନ୍ତୁ: ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ୨ ଯୁବକଙ୍କର ମୃତ୍ୟୁ
ସୁନ୍ଦରଗଡ଼ ଷଡ଼ଙ୍ଗୀ ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଦୁର୍ଘଟଣା। ମୃତକଙ୍କ ପରିଚୟ ମିଳିନାହିଁ। ଟାଉନ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ: ଓଡ଼ିଶାରେ ବିଜେଡିକୁ ମଜବୁତ କରିବା ପାଇଁ ବରିଷ୍ଠମାନେ ଅଣ୍ଟା ଭିଡ଼ନ୍ତୁ: ଅଶୋକ ଚନ୍ଦ୍ର ପଣ୍ଡା