ରଣପୁର : ରଣପୁର ବ୍ଲକ୍‌ ଅର୍ନ୍ତଗତ ଉଦ୍ୟାନ ବିଭାଗ ଅଧୀନ ବିଭିନ୍ନ ଅଞ୍ଚଳରେ ଗେଣ୍ତୁଫୁଲ ଚାଷର ଚାହିଦା ବଢ଼ିଚାଲିଥିବା ବେଳେ ଚାଷୀଙ୍କ ଆର୍ଥିକ ସଙ୍କଟ ଦୂର ହେଉଥିବା ଦେଖିବାକୁ ମିଳୁଛି। ସୂଚନା ଥାଉକି, ଚାଷୀମାନଙ୍କର ଆର୍ଥିକ ସଙ୍କଟ ଦୂର କରିବା ଉଦ୍ଦେଶ୍ୟରେ ଗେଣ୍ତୁଫୁଲ ଚାଷକୁ ସରକାରଙ୍କ ତରଫରୁ ଅଗ୍ରାଧିକାର ଦିଆଯାଉଥିବା ବେଳେ ବହୁ ଚାଷୀ ଏହାର ଭରପୁର ଫାଇଦା ଉଠାଉଥିବା ଦେଖିବାକୁ ମିଳୁଛି। ତେବେ ରଣପୁର ଉଦ୍ୟାନ ବିଭାଗ ଅନ୍ତର୍ଗତ ବଜ୍ରକୋଟ ଗାଁର ଅରୁଣ ରାଉତ, ଗୌରାଙ୍ଗ ପାତ୍ର, ବାବୁଲି ସ୍ବାଇଁ ପ୍ରମୁଖ ଚାଷୀମାନେ ଉଦ୍ୟାନ କୃଷୀ ବିଭାଗରୁ ଆର୍ଥିକ ସହାୟତା ପାଇ ଏବେ ଅସୁରକୁମାରୀ ରାସ୍ତା ପାର୍ଶ୍ବରେ ୪ ହେକ୍ଟର ଜମିରେ ଗେଣ୍ତୁ ଚାଷ କରିଛନ୍ତି। ତେବେ ଉତ୍ପାଦନ ହେଉଥିବା ଗେଣ୍ତୁ ଜିଲ୍ଲା ଓ ଜିଲ୍ଲା ବାହାରକୁ ପଠାଯାଉଥିବା ବେଳେ ବେଶ୍ ଦି ପଇସା ରୋଜଗାର କରିବାରେ ସକ୍ଷମ ହୋଇପାରିଛନ୍ତି।

Advertisment

ସେହିପରି ଉଦ୍ୟାନ ବିଭାଗ ଅନ୍ତର୍ଗତ କେରେଣ୍ତାଟାଙ୍ଗୀ ପଞ୍ଚାୟତ ଅଧୀନ ମୁକ୍ତାପୁର ଗାଁର ଚିତ୍ରସେନ ରାଉତରାୟ ସରକାରୀ ସହାୟତାରେ ଉକ୍ତ ଗେଣ୍ତୁଚାଷ କରି ବେଶ୍ ଲାଭବାନ ହେଉଥିବା ଜଣାଯାଇଛି। ତେବେ ଚାଷୀମାନଙ୍କୁ ସରକାରୀ ସହାୟତା ବାବଦରେ ୧୬ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କାରାଯାଉଥିବା ବେଳେ ଅଞ୍ଚଳର ଉଦ୍ୟାନ କୃଷୀ ଚାଷୀମାନେ ଏଥିପ୍ରତି ଆକୃଷ୍ଟ ହେଉଥିବା ଜଣାଯାଇଛି।