ବାରିପଦା: ଦୁଇ ଦିନରେ କଟକର ଦୁଇ ଦୁଇଟି ଘରୋଇ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିଛି। ଏପରି ସମୟରେ ବାରିପଦାରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି। ତେବେ ଏଥିରେ କାହାରି କିଛି କ୍ଷତି ହୋଇନି। ସୂଚନା ଅନୁଯାୟୀ; ଆଜି ଭୋର୍ ୪ଟା ବେଳେ ଘରୋଇ ସାଇ ହସ୍ପିଟାଲ୍ର ଦ୍ବିତୀୟ ମହଲା ଆଇସିୟୁରେ ଥିବା ଏସିରୁ ହଠାତ୍ ନିଆଁ ବାହାରିଥିଲା। କିଛି ସମୟ ମଧ୍ୟରେ ନିଆଁ ବ୍ୟାପିବା ସହ ଡାକ୍ତରଖାନା ପରିସର ଧୂଆଁମୟ ହୋଇଯାଇଥିଲା। ଦାୟିତ୍ବରେ ଥିବା କର୍ମଚାରୀ ଓ ରୋଗୀ ଦୌଡ଼ି ତଳ ମହଲକୁ ଚାଲି ଆସିବାରୁ କାହାର କିଛି କ୍ଷତି ହୋଇ ନଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚିଲା ଏବଂ ପ୍ରାୟ ୧ ଘଣ୍ଟାର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲା। ଡାକ୍ତରଖାନା ପରିଚାଳନା ନିର୍ଦ୍ଦେଶକ ଡା. ଲକ୍ଷ୍ମୀକାନ୍ତ ପତି କହିଛନ୍ତି, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ଅଛି। ତେବେ ଅଗ୍ନିଶମ ବାହିନୀର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି; ବିଦ୍ୟୁତ୍ ସର୍ଟ ସର୍କିଟ୍ରୁ ଏଭଳି ଅଘଟଣ ଘଟିଛି।
ଡାକ୍ତରଖାନାରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ରୋଗୀ ଓ କର୍ମଚାରୀ
/sambad/media/post_attachments/wp-content/uploads/2024/07/gjgjdgjdgjd-1.jpg)