କବାଟବନ୍ଧ : ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ କବାଟବନ୍ଧ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ମହିଳା କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ମହିଳା କର୍ମଚାରୀ ଜଣକ ଜ୍ବରରେ ପୀଡ଼ିତ ହେବାରୁ ସୋମବାର ଦିନ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ସେ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ନିୟମିତ ଔଷଧ ସେବନ ଓ ଗୃହ ସଂଗରୋଧରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି।
ସମ୍ପୃକ୍ତ କର୍ମଚାରୀ ଜଣକ ନିଜ ପରିବାର ସହ କବାଟବନ୍ଧ ମେଡିକାଲ କ୍ବାର୍ଟର୍ସରେ ରହୁଥିଲେ। ଅନ୍ୟକିଛି ପରିବାର ସଦସ୍ୟ ମଧ୍ୟ ଅସୁସ୍ଥ ଥିବା ସୂଚନା ମିଳିଛି। କବାଟବନ୍ଧ ଷ୍ଟେଟବ୍ୟାଙ୍କର ୬ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ଡାକ୍ତରଖାନା କର୍ମଚାରୀ ଆକ୍ରାନ୍ତ ହେବାରୁ କବାଟବନ୍ଧ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟିହୋଇଛି। ସଚେତନ ନାଗରିକ ମଞ୍ଚ ପକ୍ଷରୁ ସୋମବାର ଅପରାହ୍ଣରେ କବାଟବନ୍ଧ ଡାକ୍ତରଖାନା ପରିସରକୁ ବିଶୋଧନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/corona-bbb-1.jpg)