ପୁରୀ: ଆତିଥ୍ୟ ଭାରତୀୟଙ୍କ ଡିଏନ୍ଏରେ ରହିଛି। ଏହା ଆମ ପର୍ଯ୍ୟଟନ କ୍ଷେତ୍ର ପାଇଁ ସବୁଠୁ ବଡ଼ ପୁଞ୍ଜି। ଏହାକୁ ବିନିଯୋଗ କରି ଆମେ ପର୍ଯ୍ୟଟନ କ୍ଷେତ୍ରରେ ବିପୁଳ ସମ୍ଭାବନା ସୃଷ୍ଟି କରିପାରିବା ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ। ଭାରତୀୟ ଟୁର୍ ଅପରେଟର୍ ସଂଘ (ଆଇଏଟିଓ) ପକ୍ଷରୁ ସ୍ବସ୍ତି ପ୍ରିମିୟମ୍ ବିଚ୍ ରିସୋର୍ଟରେ ଅନୁଷ୍ଠିତ ଆଇଏଟିଓର ୪୦ତମ ବାର୍ଷିକ ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ ଶେଖାୱତ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ମାନବ ସମ୍ବଳକୁ ଆହୁରି ଦକ୍ଷ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କହିଲେ, ଓଡ଼ିଶାର ଜୈବ ବିବିଧତା, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସଂଶାଧନ ପର୍ଯ୍ୟଟନ କ୍ଷେତ୍ରରେ ବିପୁଳ ଲୋକାଦୃତି ସାଉଁଟିଛି।
ଆଇଏଟିଓର ପୂର୍ବାଞ୍ଚଳ ଅଧ୍ୟକ୍ଷ ଜେକେ ମହାନ୍ତି କହିଲେ, ଓଡ଼ିଶା ଅତୁଲ୍ୟ ଭାରତର ଆତ୍ମା। ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଖଣ୍ଡଗିରି, ଉଦୟଗିରି, ଚିଲିକା ହ୍ରଦ, ଶିମିଳିପାଳ, ପଟ୍ଟଚିତ୍ର, ଓଡ଼ିଶୀ ନୃତ୍ୟ ଭଳି ସମୃଦ୍ଧ ଐତିହ୍ୟ ଓ କଳାରେ ଭରପୂର ରହିଛି। ଏହି ଅବସରରେ ପ୍ରଣବ ସରକାରଙ୍କୁ ହଲ୍ ଅଫ୍ ଫେମ୍ ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରାଳୟର ଡିଜି ସୁମନ ବିଲ୍ଲା, ପର୍ଯ୍ୟଟନ ସଚିବ ବଲୱନ୍ତ ସିଂହ, ଆଇଏଟିଓ ଅଧ୍ୟକ୍ଷ ରବି ଗୋସାଇଁ, ପୂର୍ବତନ ସଭାପତି ରାଜୀବ ମେହେରା, ବିନୟ ତ୍ୟାଗୀ, ସଞ୍ଜୟ ରାଜଦାନ, ଆଇଏଟିଓ ଓଡ଼ିଶା ଚାପ୍ଟର ଅଧ୍ୟକ୍ଷ ଗଗନ ଷଡ଼ଙ୍ଗୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/08/23/sfsfsfcxxed-2025-08-23-02-17-25.jpg)