ଭୁବନେଶ୍ବର: ଅନୁସୂଚିତ ଜାତି ଜନଜାତି ବିଭାଗ ଦ୍ୱାରା ପରିଚାଳିତ ରାଜ୍ୟର ୧୭୦୦ ରୁ ଅଧିକ ଆଶ୍ରମ ସ୍କୁଲର ହଷ୍ଟେଲମାନଙ୍କରେ ନିୟୋଜିତ ରୋଷେୟାଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଆଜି ଲୋୟର ପିଏମ୍ଜିରେ ବିକ୍ଷୋଭ କରାଯାଇଛି। ଏଥିସହିତ ସ୍ଥାୟୀ ନିଯୁକ୍ତି ନ ଦେବା ପର୍ଯ୍ୟନ୍ତ ସେମାନଙ୍କୁ ମାସିକ ୨୬ହଜାର ଟଙ୍କା ବେତନ ଦିଆଯିବାକୁ ରାଜ୍ୟ ରୋଷେୟା ତଥା ସେବାୟତ ସଂଘ ଦାବି କରିଛି। ସଂଘ ପକ୍ଷରୁ ଆହୁରି ଦାବି କରାଯାଇଛି ଯେ ସମସ୍ତ ରୋଷେୟାଙ୍କୁ ଇପିଏଫ୍, ଇଏସ୍ଆଇ ପ୍ରଦାନ କରାଯାଉ, ମହିଳା ରୋଷେୟାଙ୍କୁ ପ୍ରସୂତିକାଳୀନ ସୁବିଧା ସୁଯୋଗ ମିଳୁ, ଦୈନିକ ୧୮ଘଣ୍ଟା ବଦଳରେ ୮ଘଣ୍ଟା କାମ ଦିଆଯାଉ, କାର୍ଯ୍ୟ କରୁଥିବା ବେଳେ ମୃତ୍ୟୁ ହେଲେ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ, ଅବସରକାଳୀନ ସୁବିଧା ସହିତ ଗ୍ରାଚ୍ୟୁଇଟି ପ୍ରଦାନ, ଜାତୀୟ ଉତ୍ସବରେ ସବୈତନିକ ଛୁଟି, ସାପ୍ତାହିକ ଛୁଟିରେ କାର୍ଯ୍ୟକଲେ ଓଭରଟାଇମ୍ ପ୍ରଦାନ କରାଯାଉ। ଅନ୍ୟ ପକ୍ଷରେ ସ୍କୁଲରୁ ଛୁଟି ନେଇ ଆନ୍ଦୋଳନକୁ ଆସିଥିଲେ ମଧ୍ୟ ଜିଲ୍ଲା ମଙ୍ଗଳ ଅଧିକାରୀମାନେ ରୋଷେୟାଙ୍କୁ ଚାକିରିରୁ ବାହାର କରିଦେବା ପାଇଁ ଧମକପୂର୍ଣ୍ଣ ଚିଠି ଦେଇଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଚିଠି ଗାଣତନ୍ତ୍ରିକ ଅଧିକାର ଭଙ୍ଗ କରୁଥିବାରୁ ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। ଆଜିର ଏହି ବିକ୍ଷୋଭରେ ସିଆଇଟିୟୁର ରାଜ୍ୟ ସମ୍ପାଦକ ପୁଷ୍ପାଞ୍ଜଳି ଦାସ, ଉପସଭାପତି ଲୋଭକାନ୍ତ ସ୍ୱାଇଁ, ସଂଘର ସଭାପତି ସୂର୍ଯ୍ୟକାନ୍ତ ବେହେରା, ସମ୍ପାଦକ ନିରଞ୍ଜନ ବେହେରା ଓ ପ୍ରତ୍ୟେକ ଜିଲ୍ଲାର ନେତୃତ୍ୱମାନେ ସାମିଲ ହୋଇଥିଲେ।
ସ୍ଥାୟୀ ନିଯୁକ୍ତି ଦାବିରେ ହଷ୍ଟେଲ୍ ରୋଷେୟା ଓ ସେବାୟତଙ୍କ ବିକ୍ଷୋଭ
ଅନୁସୂଚିତ ଜାତି ଜନଜାତି ବିଭାଗ ଦ୍ୱାରା ପରିଚାଳିତ ରାଜ୍ୟର ୧୭୦୦ ରୁ ଅଧିକ ଆଶ୍ରମ ସ୍କୁଲର ହଷ୍ଟେଲମାନଙ୍କରେ ନିୟୋଜିତ ରୋଷେୟାଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଆଜି ଲୋୟର ପିଏମ୍ଜିରେ ବିକ୍ଷୋଭ କରାଯାଇଛି।
/sambad/media/media_files/2025/03/11/bd8yjgWkYa8uaMGn2TMS.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)