ଭୁବନେଶ୍ବର: କରୋନା ମହାମାରୀ ଯୋଗୁଁ ଅନେକ ସାଧାରଣ ଜନତାଙ୍କୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ମହାମାରୀ ଯୋଗୁଁ ଲକ୍ଡାଉନ୍ ସମୟରେ ରାଜ୍ୟର ସମସ୍ତ ସରକାରୀ ବୈଷୟିକ ବିଶ୍ବବିଦ୍ୟାଳୟ, ଇଂଜିନିୟରିଂ କଲେଜ୍ ଓ ପଲିଟେକ୍ନିକ୍ ଏପ୍ରିଲ ୨୦୨୦ ଠାରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଛାତ୍ରଛାତ୍ରୀମାନେ ଏହି ସମୟରେ ହଷ୍ଟେଲ ସୁବିଧାର ଉପଯୋଗ କରି ନ ଥିଲେ। ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସହୃଦୟତାର ସହିତ ବିଚାର କରି ଏହି ଅନୁଷ୍ଠାନମାନଙ୍କରେ ଅଧ୍ୟୟନରତ ୧୭,୦୧୨ ଛାତ୍ରଛାତ୍ରୀମାନଙ୍କର ହଷ୍ଟେଲ ଫି’ ଆନୁମାନିକ ୫ କୋଟି ୧୦ ଲକ୍ଷ ଟଙ୍କା ଛାଡ଼ କରିବା ପାଇଁ ଆଦେଶ ପ୍ରଦାନ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp