ପୁରୀ : ଏଥର ହବିଷ୍ୟାଳୀଙ୍କ ସ୍ନାନ ପାଇଁ ଗରମ ପାଣି

ପୁରୀ : ହବିଷ୍ୟାଳୀଙ୍କ କାର୍ତ୍ତିକ ବ୍ରତ ଓ ସେମାନଙ୍କ ରହିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ଆଜି ସୁଦ୍ଧା ତିନିଟି କେନ୍ଦ୍ର ପାଇଁ ୨୩୪୦ ଜଣ ହବିଷ୍ୟାଳୀଙ୍କ ନାମ ପଞ୍ଜୀକୃତ ହୋଇଛି। ନରେନ୍ଦ୍ର କୋଣ ହବିଷ୍ୟାଳୀ କେନ୍ଦ୍ର, ମୋଚି ସାହି କଲ୍ୟାଣ ମଣ୍ଡପ, ‌ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସରେ ହବିଷ୍ୟାଳୀଙ୍କ ରହଣି ପାଇଁ ସବୁ ପ୍ରକାରର ବ‌ନ୍ଦୋବସ୍ତ କରାଯାଇଛି।

ତିନିଟି କେନ୍ଦ୍ରରେ ଏମାନଙ୍କ ରହିବା ପାଇଁ ବ୍ୟବସ୍ଥା ସହ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି। ପ୍ରଥମ ଥର ପାଇଁ କେନ୍ଦ୍ରରେ ‌ହବିଷ୍ୟାଳୀଙ୍କ ସ୍ନାନ ପାଇଁ ଗରମ ପାଣିର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ବ୍ରତ ପାଇଁ ପିଣ୍ଡି ବ୍ୟବସ୍ଥା ହୋଇଛି। ତେବେ ଆଜି ନାମ ପଞ୍ଜିକରଣର ଶେଷ ତାରିଖ ଥିଲେ ମଧ୍ୟ ଆସନ୍ତାକାଲି କେନ୍ଦ୍ରରେ ପହଞ୍ଚିବାକୁ ଥିବା ହବିଷ୍ୟାଳୀଙ୍କ ନାମ ମଧ୍ୟ ପଞ୍ଜୀକରଣ କରାଯିବ। ମିଳିଥିବା ସୂଚନା ମୁତାବକ, ନରେନ୍ଦ୍ର କୋଣ କେନ୍ଦ୍ରରେ ଅନୁଗୁଳ ଜିଲ୍ଲାରୁ ୧୧ ଜଣ, ବାଲେଶ୍ବରରୁ ୫, ବରଗଡ ୫, ଭଦ୍ରକ, ବଲାଙ୍ଗୀର, ବୌଦ୍ଧରୁ ଜଣେ ଲେଖାଏଁ, କଟକରୁ ୧୦, ଢେଙ୍କାନାଳ ୬, ଗଜପତି ୨, ଗଂଜାମ ୧୦୩, ଜଗତସିଂହପୁର ୩, ଯାଜପୁର ୩, କେନ୍ଦ୍ରାପଡା ୬, କେନ୍ଦୁଝର ୪, ଖୋର୍ଧା ୨୪୩, ନୟାଗଡ ୧୫୧, ପୁରୀ ୧୯୦ ଓ ସୁନ୍ଦରଗଡରୁ ୨ ଜଣ ନରେନ୍ଦ୍ରକୋଣ ହବିଷ୍ୟାଳୀ କେନ୍ଦ୍ର ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ସେହିଭଳି ମୋଚି ସାହିରେ ୫୫୦ ଓ ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସରେ ୯୦୦ ହବିଷ୍ୟାଳୀ ରହିବା ପାଇଁ ପଞ୍ଜିକୃତ ହୋଇଛନ୍ତି।

ସମ୍ବନ୍ଧିତ ଖବର