ଲକଡାଉନ୍ ନିୟମକୁ ସମ୍ପୂର୍ଣ୍ଣ ଅବମାନନା କରିବା ଅଭିଯୋଗରେ ପୁରୀର ହୋଟେଲ ଦେବଭୂମି ନାମରେ ଏତଲା

ପୁରୀ: ହୋଟେଲ ଦେବଭୂମି ମାଲିକ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନକୁ ଖୋଲା ରଖିଥିବା ଓ ରାଜ୍ୟ ସରକାରଙ୍କ ଲକଡାଉନ୍ ନିୟମକୁ ସମ୍ପୂର୍ଣ୍ଣ ଅବମାନନା କରିବା ଅଭିଯୋଗ ହୋଇଛି। ଏନେଇ ପୁରୀର ଅତିରିକ୍ତ ତହସିଲଦାର୍ ବଳିଆପଣ୍ଡା ଥାନାରେ ଏତଲା ଦେଇଥିବା ଜଣାଯାଇଛି।

ହୋଟେଲ ଦେବଭୂମି ରାଜ୍ୟ ସରକାରଙ୍କ ଲକଡାଉନ୍ ଆଦେଶକୁ ସମ୍ପୂର୍ଣ୍ଣ ଭାବରେ ଅବମାନନା କରିଥିଲେ ଏବଂ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନକୁ ଖୋଲା ରଖିଥିଲେ। ଖାଲି ସେତିକି ନୁହେଁ, ୟୁକ୍ରେନ୍ ଏବଂ ଜର୍ମାନୀରୁ ସେଠାରେ ଥିବା ତିନିଜଣ ବିଦେଶୀଙ୍କୁ ହୋଟେଲ ଦେବଭୂମିରେ ଲୁଚାଇ ରଖିଥିଲେ। ହୋଟେଲ ଦେବଭୂମିର ଯାଞ୍ଚ କରାଯିବା ସମୟରେ ଏହା ଜଣାପଡ଼ିଥିଲା। ଏହିପରି ଭାବରେ ବ୍ୟକ୍ତିବିଶେଷ ତଥା ସମ୍ପ୍ରଦାୟର ସ୍ୱାସ୍ଥ୍ୟ ପ୍ରତି ଏକ ଗୁରୁତର ବିପଦ ସୃଷ୍ଟି କରିଥିଲା।
ତା’ପରେ ପ୍ରଶାସନ ପକ୍ଷରୁ ଉକ୍ତ ତିନି ବିଦେଶୀ ନାଗରିକଙ୍କୁ ଭୁବନେଶ୍ୱର ବିମାନବନ୍ଦରକୁ ପଠାଯାଇଛି, ଯେଉଁଠାରୁ ସେମାନେ ନିଜ ଦେଶକୁ ଯିବେ ବୋଲି ଜଣାଯାଇଛି। ଏହି ଘଟଣା ଏବେ ପୁରୀରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର