ବାଲେଶ୍ବର: ବାଲେଶ୍ବର ହୋଟେଲ୍ ମାଲିକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟମାନେ ଫେରାର୍ ଅଛନ୍ତି। ତେବେ ଦାଦାବଟିକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ରାଜ ପ୍ରସାଦ କହିଛନ୍ତି, ଆକ୍ରମଣର ଶିକାର ହୋଇଥିବା ସଞ୍ଜୀବ କୁମାର ମହାପାତ୍ରଙ୍କ ଏକ ହୋଟେଲ୍ ଚାନ୍ଦିପୁରରେ ରହିଛି। କାହ୍ନୁ ନାୟକ ଓରଫ୍ ଟେରୁ (୪୦) ଓ ତା’ର ସହଯୋଗୀମାନେ ସଞ୍ଜୀବଙ୍କ ସମଲପୁରସ୍ଥିତ ଘରେ ପହଞ୍ଚି ୪୦ ହଜାର ଟଙ୍କା ଦାଦାବଟି ମାଗିଥିଲେ। ସଞ୍ଜୀବ ଏନେଇ ଅମଙ୍ଗ ହେବାରୁ ସେମାନେ ତାଙ୍କୁ ଧମକ ଦେଇ ଚାଲି ଆସିଥିଲେ। ଏହାପରେ ଗତ ୨୯ ତାରିଖ ସକାଳେ ସଞ୍ଜୀବ ନିଜ କାର୍ ଯୋଗେ ହୋଟେଲ୍ ଅଭିମୁଖେ ଯାଉଥିବା ବେଳେ ସମଲପୁର ଏସ୍ବିଆଇ ଏଟିଏମ୍ ନିକଟରେ ତାଙ୍କୁ ସହଯୋଗୀମାନଙ୍କ ସହ ମିଶି ଟେରୁ ଅଟକାଇ ଥିଲା । ସେଠାରେ ଖଣ୍ଡା, ତେଲେଙ୍ଗା କଟୁରିରେ ଆକ୍ରମଣ କରିଥିଲା।
ମୁଖ୍ୟ ଅଭିଯୁକ୍ତ ଗିରଫ, ୭ ଫେରାର
ବିଭିନ୍ନ ଥାନାରେ ରହିଛି ୨୭ ମାମଲା
ସଞ୍ଜୀବଙ୍କ କାନ୍ଧ, ହାତ, କାନରେ ଗୁରୁତର ଆଘାତ ଲାଗିବା ସହ ସେ ଗୁରୁତର ଆହତ ହୋଇଥିଲେ। ଏନେଇ ଶ୍ରୀ ମହାପାତ୍ରଙ୍କ ପତ୍ନୀ ସ୍ନାତକିତା ମହାପାତ୍ର ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ। ଫଳରେ ପୁଲିସ ୨୦୭/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଏପରି ସମୟରେ ଟେରୁକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ହେଲେ ତା’ର ପ୍ରାୟ ୭ ଜଣ ସହଯୋଗୀ ଫେରାର୍ ଅଛନ୍ତି। ତେବେ ଦାଦାବଟିକୁ ନେଇ ଆକ୍ରମଣ ହୋଇଛି ନା ଏହା ପଛରେ ଜମି ବେପାର ତଥା ଅନ୍ୟ କିଛି କାରଣ ଅଛି; ସେ ନେଇ ମଧ୍ୟ ଖୋଳତାଡ଼ ଚାଲିଛି ବୋଲି ଏସ୍ପି ଶ୍ରୀ ପ୍ରସାଦ ସୂଚନା ଦେଇଛନ୍ତି।
]ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଶ୍ରୀ ପ୍ରସାଦଙ୍କ ସହ ସିଟି ଡିଏସ୍ପି ଶୁଭ୍ରାଂଶୁ ଶେଖର ନାୟକ ଏବଂ ଶିଳ୍ପାଞ୍ଚଳ ଥାନା ଆଇଆଇସି ଶ୍ୟାମଘନ ବେହେରା ଉପସ୍ଥିତ ଥିଲେ। ଟେରୁ ୨୦୦୫ ମସିହାରୁ ଅପରାଧ ଜଗତରେ ପାଦ ଥାପିଥିଲା। ତା’ ନାମରେ ଶିଳ୍ପାଞ୍ଚଳ ଥାନାରେ ୧୧ଟି, ସହଦେବଖୁଣ୍ଟା ଥାନାରେ ୧୨ଟି, ଟାଉନ୍ ଥାନାରେ ୨ଟି, ସଦର ଓ ରେମୁଣା ଥାନାରେ ଗୋଟିଏ ଲେଖାଏଁ ଏଭଳି ମୋଟ ୨୭ଟି ମାମଲା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/02/TDy9M8xuGSWZP8R6U9kh.jpg)