ହୋଟେଲ ମାଲିକଙ୍କୁ ହତ୍ୟା ଘଟଣା: ମୁଖ୍ୟ ହତ୍ୟାକାରୀ ସୁରଜ ଗିରଫ 

ରାଉରକେଲା: ଗତ ଫେବ୍ରୁଆରି ୯ ତାରିଖ ରାତିରେ ସଂଗଠିତ ହୋଇଥିବା ବହୁ ଚର୍ଚ୍ଚିତ ହୋଟେଲ ମାଲିକ ସଜନ ମିତଲ ହତ୍ୟା ମାମଲାରେ ପ୍ଲାଣ୍ଟସାଇଟ ପୁଲିସ ମୁଖ୍ୟ ଆସାମୀ ସୁରଜ ଝାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ହତ୍ୟାକଣ୍ଡ ଘଟଣାରେ ପୂର୍ବରୁ ପୁଲିସ ସହରର କେତେକ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ସମେତ ୬ ଜଣଙ୍କୁ ଗିରଫ କରିଥିଲା । ଜମି ଜମା କାରବାର ଏବଂ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକଣ୍ଡ ହୋଇଥିବାର ତଦନ୍ତରୁ ଜଣାପଡିଥିଲା । ଏହି ଘଟଣାରେ ଫେରାର ଥିବା ଏବଂ ହତ୍ୟାକାଣ୍ଡରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବା ସୁରଜ ଝାକୁ ପୁଲିସ ଗିରଫ କରିଛି । ସୁରଜର ଘର ବ୍ରହ୍ମଣୀ ତରଙ୍ଗ ଥାନା ଦଣ୍ଡିଆପାଲି ଗ୍ରାମରେ ବୋଲି ପୁଲିସ କହିଛି । ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରି ୯ ତାରିଖରେ ହୋଟେଲ ମାଲିକ ରାତି ୧୦ଟା ବେଳେ ଘରକୁ ଫେରୁଥିବା ବେଳେ ଲୁହାରଡ଼ରେ ପିଟି ତାଙ୍କୁ ହତ୍ୟା କରାଯାଇଥିଲା ।

ସମ୍ବନ୍ଧିତ ଖବର