ଆମିଷ ଖାଦ୍ୟ ଦେଇ ହୋଟେଲ ଦଣ୍ଡିତ 

ଆମିଷ ଖାଦ୍ୟ ଦେଇ ହୋଟେଲ ଦଣ୍ଡିତ 

Pinterest

ଝାରସୁଗୁଡା: ଝାରସୁଗୁଡ଼ା ସହର ଏକ ମାରୱାଡ଼ି ପରିବାର ଖାଇବାକୁ ଯାଇଥିବା ଅର୍ଚାଟ ହୋଟେଲରେ ନିରାମିଷ ଖାଦ୍ୟ ବଦଳରେ ଆମିଷ ଖାଦ୍ୟ ଦେଇ ହୋଟେଲ ଖାଉଟି ଅଦାଲତରେ ଦଣ୍ଡିତ ହୋଇଥିବା ଜଣାଯାଇଛି। ଏହି ପରିବାର ନିରାମିଷ ଖାଦ୍ୟ ଅର୍ଡର କରିଥିବା ବେଳେ ହୋଟେଲ କର୍ମଚାରୀ ତାଙ୍କୁ ଆମିଷ ଖାଧ୍ୟ ପରିବେଷଣ କରିଥିଲେ।

ସେମାନେ କେବେ ମଧ୍ୟ ଆମିଷ ଖାଦ୍ୟ ଖାଉନଥିବା ବେଳେ ତାଙ୍କୁ ଆମିଷ ଦେଇଥିବାରୁ ‌ଏହି ପରିବାର ପକ୍ଷରୁ ଧନେଶ ଟିବେରୱାଲ ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଥିଲେ। ଅଦାଲତ ଏହି ମାମଲାର ଶୁଣାଣି କରି ହୋଟେଲକୁ ୧୦ ହଜାର ଟଙ୍କା ଜରିମାନା ଓ ମକଦ୍ଦମା ପରିଚାଳନା ଖର୍ଚ୍ଚ ବାବଦରେ ୫ ହଜାର ଟଙ୍କା ଦଣ୍ଡବିଧାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe