ଭୁବନେଶ୍ବର : କେନ୍ଦ୍ର ପର୍ଯ୍ୟଟନ ତାଲିକାରେ ଓଡ଼ିଶାର ଗୋଟିଏ ବି ପର୍ଯ୍ୟଟନ କ୍ଷେତ୍ର ସାମିଲ ନ ହେବା ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛି ହୋଟେଲ ଆଣ୍ଟ ରେସ୍ତୋରାଁ ଆସୋସିଏସନ ଅଫ୍ ଓଡ଼ିଶା(ହାରୋ)। ଏ ନେଇ ହାରୋ ଅଧ୍ୟକ୍ଷ ଜେ.କେ ମହାନ୍ତି କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ) ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖି ଏପରି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି।
ଚିଠିରେ ଶ୍ରୀ ମହାନ୍ତି ଜଣାଇଛନ୍ତି ଓଡ଼ିଶା ଦେଶର ପର୍ଯ୍ୟଟନ ମାନଚିତ୍ରର ଆତ୍ମାସଦୃଶ। ଓଡ଼ିଶା କେବଳ ଗୋଟିଏ ରାଜ୍ୟ ଯେଉଁଠି ସୁନ୍ଦର ପାର୍ବତ୍ୟମାଳା ସହିତ ଏସିଆର ସର୍ବବୃହତ୍ ମଧୁର ଓ କ୍ଷାର ଜଳ ପ୍ରାକୃତିକ ହ୍ରଦ ରହିଛି। ଏହାସହିତ ୬୪ ପ୍ରକାର ଜନଜାତିଙ୍କ ସମୃଦ୍ଧ ସଂସ୍କୃତି, ହେନ୍ତାଳ ବନ, ବନ୍ୟଜନ୍ତୁ, ପ୍ରସିଦ୍ଧ ତାରକସି କାରୁକାର୍ଯ୍ୟ, ଭାସ୍କର୍ଯ୍ୟ, ପଟ୍ଟଚିତ୍ର, ବୟନ ଓ ହସ୍ତତନ୍ତ ରାଜ୍ୟ ପର୍ଯ୍ୟଟନର ସମ୍ଭାର ପରିପୂର୍ଣ୍ଣ ହୋଇ ରହିଛି। ଏସବୁ ଥାଇ ବି ଲଗାତାର ଭାବେ ଦୀର୍ଘ ୩୦ ବର୍ଷ ଧରି ଓଡ଼ିଶା କେନ୍ଦ୍ର ସରକାରଙ୍କ ଅବହେଳାର ଶିକାର ହୋଇଆସୁଛି। ଯେଉଁଥିପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟ ଅପେକ୍ଷା କମ ପର୍ଯ୍ୟଟକ ଆସୁଛନ୍ତି।
ଏବେ ରାଜ୍ୟର ଗୋଟିଏ ବି ପର୍ଯ୍ୟଟନ କ୍ଷେତ୍ରକୁ ଅନନ୍ୟ ଆକର୍ଷଣ ବିକାଶ ଯୋଜନାରେ ସାମିଲ ନକରି କେନ୍ଦ୍ର ସରକାର ଅବହେଳା କରିଛନ୍ତି। କେନ୍ଦ୍ର ସରକାର ଏପରି ନିଷ୍ପତ୍ତିର ପୁନର୍ବିଚାର କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ଶ୍ରୀ ମହାନ୍ତି ଚିଠିରେ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/Prahlad-Singh-Patel.jpg)