ଭୁବନେଶ୍ୱର: ହୋଟେଲ ସୁରକ୍ଷା ନେଇ ଡିଜି ଆରପି ଶର୍ମା ଆଜି ଏକ ବୈଠକ କରିଛନ୍ତି। ଏଣିକି ସବୁ ହୋଟେଲର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ହୋଟେଲ, ଲଜ, ଗେଷ୍ଟ ହାଉସର ସୁରକ୍ଷା ନେଇ ସବୁ ଜିଲ୍ଲା ଏସପି ଓ ଡିସିପିଙ୍କୁ ଚିଠି ଲେଖିଛନ୍ତି। ଏଥର ସବୁ ହୋଟେଲରେ ସିସିଟିଭି ବାଧ୍ୟତାମୂଳକ କରାଯିବ। ଏହା ସହ ସବୁ ଅତିଥିଙ୍କ ପରିଚୟପତ୍ର ଯାଂଚ ହେବ। ସନ୍ଦେହ ହେଲେ ପୁଲିସକୁ ତୁରନ୍ତ ସୂଚନା ଦିଆଯିବ। ଗାଡି ଓ ଜିନିଷ ଯାଂଚ ପାଇଁ ସ୍କାନର ଲାଗିବ। ବାର୍ଗୁଡିକ ଠିକ ସମୟରେ ବନ୍ଦ ହେବ। ମସାଜ ପାର୍ଲର, ସ୍ପା ନାଁରେ ଅନୈତିକ କାର୍ଯ୍ୟ ହେବନି।ଏସବୁ ଖିଲାପ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆର ପି ଶର୍ମା କହିଛନ୍ତି।
ଏଣିକି କଡ଼ାକଡ଼ି ହେବ ହୋଟେଲ୍ ସୁରକ୍ଷା
/sambad/media/post_attachments/wp-content/uploads/2017/10/45e70575f219e2478feb9af9da6cfce1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)